ଓଡ଼ିଶା 365 (ବ୍ୟୁରୋ) : ଜମ୍ମୁ-କଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି । ଉତ୍ତର କଶ୍ମୀରର କୁପୱାରା ଜିଲାରେ ସେନା ତଥା ଜମ୍ମୁ-କଶ୍ମୀର ପୋଲିସ ୩ ଜଣ କୁକ୍ଷାତ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୫ ଗ୍ରେନେଡ ମଧ୍ୟ ଜବତ କରାଯାଇଛି। ଆତଙ୍କବାଦୀମାନେ ଦୁଇଟି ଭିନ୍ନ ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, କୁପୱାରା ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଏହି ସମୟରେ ଲୁଚି ରହିଥିବା ଆତଙ୍କୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ବିପୁଳ ଅସ୍ତ୍ରସସ୍ତ୍ର ମଧ୍ୟ ଗିରଫ କରାଯାଇଛି ।