ଓଡ଼ିଶା 365 (ବ୍ୟୁରୋ): ଯୁଗ ବଦଳିବା ସହ ମଣିଷର ଚାଲି ଚଳଣ ବି ବଦଳି ଗଲାଣି । ଆଧୁନିକ ଜ୍ଞାନ କୌଶଳ ସହ ମନୁଷ୍ୟ ଦିନକୁ ଦିନ ଇଲୋକଟ୍ରୋନିକ୍ ଜିନିଷ ସହ ପରିଚିତ କରାଉଛି । ବର୍ତ୍ତମାନ ସମୟରେ ଛୋଟ ଠାରୁ ବୟସ୍କ ସମସ୍ତେ ମୋବାଇଲ ବ୍ୟବହାର କରୁଛନ୍ତି । ଏହାସହ ଇୟରଫୋନର ବ୍ୟବହାର ମଧ୍ୟ ବିପୁଳ ମାତ୍ରାରେ ହେଉଛି । ଖେଳିବା, ଭିଡିଓ ଦେଖିବା, ଗୀତ ଶୁଣିବା ଇତ୍ୟାଦି ସମସ୍ତ କାମପାଇଁ ଇୟରଫୋନ୍ ବ୍ୟବହାର କରାଯାଉଛି । ଏହା ଏକ ନୀତି ଦିନିଆ ଅଭ୍ୟାସ ରେ ପରିଣତ ହୋଇଛି। ଏହି ଅଭ୍ୟାସ ଅପଣଙ୍କ ଶରୀର ଉପରେ ଅନେକ କୁପ୍ରଭାବ ପକାଇଥାଏ ।
ସୂଚନା ଅନୁଯାୟୀ, ଲଗାତାର ଭାବରେ ଇୟରଫୋନ ବ୍ୟବହାର କରିବା ଦ୍ୱାରା କାନ ବିନ୍ଧିବା ଭଳି ସମସ୍ୟା ଉପୁଜିଥାଏ । କାନ କେବଳ ୬୫ ଡେସିବଲ୍ ପର୍ୟ୍ୟନ୍ତ ଶବ୍ଦ ସହିପାରେ। ଏହାଠୁ ଅଧିକ ଶବ୍ଦ ହେଲେ କାନ ପାଇ କ୍ଷତିକାରକ ହୋଇଥାଏ। ସେହିପରି ଯଦି ଲଗାତାର ଭାବରେ ୧୦ ଘଣ୍ଟା ଇୟରଫୋନ୍ କାନରେ ଲଗାଯାଏ ତେବେ କାଲା ହେବାର ସମ୍ଭାବନା ରହିଛି। ନିଦ ନଲାଗିବା , ଲଗାତାର ମୁଣ୍ଡ ବିନ୍ଧା ଇତ୍ୟାଦି ସମସ୍ୟା ଦେଖାଦେଇଥାଏ । ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍
ଯଦି ଆପଣ ୧୦ ରୁ ୧୫ ମିନିଟ୍ ଗୀତ ଶୁଣିବା ପରେ କାନ କୁ ସଫା କରିବା ଉଚିତ୍। କାନରେ ମଇଳା ଜମିବା ସହ ବ୍ୟାକ୍ଟେରିଆ ମଧ୍ୟ କାନ ଭିତରକୁ ପ୍ରବେଶ କରିଥାଏ । ତେଣୁ ଯେତେ ସମ୍ଭବ ନିଜକୁ ଇୟରଫୋନ୍ ଠାରୁ ଦୂରେଇ ରଖନ୍ତୁ ।