ଓଡ଼ିଶାରେ ବେଶ୍ କିଛିଦିନ ଧରି ବାବୁ ଗିରି ଚାଲିଥିବା ପରିଲକ୍ଷିତ ହେଉଛି। ଦିନକୁ ଦିନ ବିଧାୟକ ଓ ମନ୍ତ୍ରୀଙ୍କର କ୍ଷମତା ସଙ୍କୁଚିତ ହେଉଛି, ବ୍ୟୁରୋକ୍ରାଟ ମାନଙ୍କର ରାଜୁତି ବଢିଛି। ଏହି ପ୍ରମରେ ଗତକାଲି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଯାହା ଘଟିଲା ତାକୁ ନେଇ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ଚାଲିଛି। ଗୋଟିଏ ପଟେ ନିର୍ବାଚିତ ଜନପ୍ରତିନିଧି ଗୋପାଳପୁର ବିଧାୟକଙ୍କ ସମର୍ଥନରେ ବିରୋଧୀ କଂଗ୍ରେସ ଓ ବିଜେପି ବାହାରିଥିବାବେଳେ, ଅନ୍ୟପଟେ ସଚିବଙ୍କ ସମର୍ଥନରେ ବାହାରିଛି ବିଜେଡି । କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି, ଗତକାଲିର ଘଟଣାକୁ ନିନ୍ଦା କରିଛି ।
ରାଜ୍ୟରେ ଜଙ୍ଗଲ ଶାସନ ଚାଲିଥିବା ଅଭିଯୋଗ କରିଛି । ରାଜ୍ୟରେ ବାବୁ ଶାସନ ଚଳିବ ନାହିଁ ବୋଲି ଚେତାବନୀ ଦେଇଛି । ସଭାକୁ ଛାତ୍ରଛାତ୍ରୀଙ୍କୁ ଡକା ଯିବାକୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ ହେଲେ ୩୦୭ ଦଫା ଲାଗୁ । କିନ୍ତୁ ଜଣେ ବିଧାୟକଙ୍କୁ ଆକ୍ରମଣ ସାଙ୍ଗକୁ ଅଣ୍ଡାମାଡ ହେଲେ ତାହା କଣ ୩୦୭ରେ ଯାଉନି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏଥିସହ ସଚିବଙ୍କୁ ଲକ୍ଷ୍ମଣ ରେଖା ଭିତରେ ରହି କାମ କରିବାକୁ ଚେତାବନୀ ଦେଇଛନ୍ତି। ନଚେତ ରାଜରାସ୍ତାରେ ଲଢ଼େଇ କରିବାକୁ, ଏପରିକି ସଚିବ ଯୁଆଡେ ଯିବେ ସିଆଡେ ଅଣ୍ଡାମାଡ କରିବାକୁ ଧମକ ଦେଇଛି ପିସିସି ମୁଖ୍ୟ ଶରତ ପଟ୍ଟନାୟକ । ସେହିପରି ବିଜେପି ମଧ୍ୟ ସଚିବଙ୍କ ଏଭଳି ଔଧତାମିକୁ ତୀବ୍ର ନିନ୍ଦା କରିଛି।