Monday, May 12, 2025
No Result
View All Result
Odisha 365

Latest News

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ

Home ରାଜ୍ୟ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ, ଏପର୍ଯ୍ୟନ୍ତ ହୋଇପାରୁନି କ୍ୟାମ୍ପସର ବିକାଶ

param by param
Aug 26, 2023, 10:49 pm GMT+0530
FacebookTwitterWhatsAppTelegram

ଓଡ଼ିଶା365(ବ୍ୟୁରୋ): ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ବିତିଲାଣି ୭ ବର୍ଷ, ହେଲେ ଏପର୍ଯ୍ୟନ୍ତ ହୋଇପାରୁନି କ୍ୟାମ୍ପସର ବିକାଶ । ଏବେ ବି ଗୋଟିଏ କ୍ୟାମ୍ପସରେ ୪ଟି ପାଠ୍ୟକ୍ରମର ଶିକ୍ଷାଦାନ ଚାଲିଛି। ସମସ୍ୟା ଚରମସୀମାରେ ପହଞ୍ଚିଥିଲେ ବି ପରିସ୍ଥିତିକୁ କେହି ଗୁରୁତ୍ବର ସହ ନେଉନାହାନ୍ତି। ୨୦୧୬ରୁ ଆଜିଯାଏ ଏନେକ ସମୀକ୍ଷା ହେଲାଣି । ପ୍ରତି ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବ କହୁଛନ୍ତି କମ୍ ଦିନ ମଧ୍ୟରେ ଆମେ ସବୁ କରିଦେବୁ। ମାତ୍ର କେଉଁଠି ଓ କେବେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେବ କେହି ସ୍ପଷ୍ଟ ଭାବରେ କିଛି କହୁନାହାନ୍ତି। ଗୋଟିଏ କ୍ୟାମ୍ପସରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‌ଡି ଛାତ୍ରୀଙ୍କ ପାଠପଢ଼ା ହେଉଛି। ମାତ୍ର ଆବଶ୍ୟକୀୟ କ୍ଲାସରୁମ ନ ଥିବାରୁ ଏବେଠାରୁ ସେମାନଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ତେଣୁ ଏଥର ବି ପାଳି କରି ଛାତ୍ରୀମାନଙ୍କ ପାଠପଢ଼ା ଚାଲିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‌ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସକୁ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାନାନ୍ତର କରିବାକୁ ୩ ମାସ ତଳେ ଯୋଜନା ହୋଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିକାରୀଙ୍କ ସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଶ୍ବବିଦ୍ୟାଳୟ ଅଧିକାରୀମାନେ ଭିତ୍ତିଭୂମି ଯାଞ୍ଚ କରି ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟକୁ ୟୁନିଟ୍‌-୯ ହାଇସ୍କୁଲ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ସମେତ ଛାତ୍ରଛାତ୍ରୀ,ଅଭିଭାବକ ଏହାକୁ ବିରୋଧ କରିଥିଲେ । ତେଣୁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଏକାଧିକ ଥର ଆଲୋଚନା କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ସମାଧାନର ପନ୍ଥା ବାହାରିପାରିନାହିଁ। ଫଳରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଭଳି ଗୋଟିଏ କ୍ୟାମ୍ପସରେ ୫ ହଜାରରୁ ଅଧିକ ଛାତ୍ରୀଙ୍କୁ ଏକାଠି ଶିକ୍ଷାଦାନ କରାଇବେ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।

ଅପରପକ୍ଷେ ଗଣଶିକ୍ଷା ବିଭାଗର ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ନ କରି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଙ୍କ ପାଠପଢ଼ା ସମସ୍ୟା ନେଇ ଉଚ୍ଚଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି। ୪ଟି ପାଠ୍ୟକ୍ରମ ଛାତ୍ରୀ ଗୋଟିଏ କ୍ୟାମ୍ପସରେ ରହିବା ଦ୍ବାରା କେବଳ ଯେ ପାଠପଢ଼ା ପ୍ରଭାବିତ ହେଉଛି ତାହା ନୁହେଁ, ବରଂ ଖେଳ ପଡ଼ିଆ ନ ଥିବାରୁ ପିଲାମାନେ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଭିତ୍ତିଭୂମି ଅଭାବରୁ ନୂଆ ପାଠ୍ୟକ୍ରମ ଖୋଲିବା, ଅତ୍ୟାଧୁନିକ ଲାବରେଟୋରି ସୁବିଧା, ଜିମ୍‌, ହଷ୍ଟେଲ ନିର୍ମାଣ ସମସ୍ୟା ସୃଷ୍ଟି ହେଉଛି। ତାହାର ସମାଧାନ ପାଇଁ ଦ୍ବିତୀୟ କ୍ୟାମ୍ପସର ଆବଶ୍ୟକତା ଜରୁରି ହୋଇପଡ଼ିଛି। ବର୍ତ୍ତମାନ କ୍ୟାମ୍ପସ ନିକଟବର୍ତ୍ତୀ କୌଣସି ସ୍ଥାନରେ ଦ୍ବିତୀୟ କ୍ୟାମ୍ପସ ପାଇଁ ସରକାରୀ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। କ୍ଲାସ ସମୟରେ ଉପୁଜିଥିବା ସମସ୍ୟା ଦୂର ପାଇଁ ବର୍ତ୍ତମାନ କ୍ୟାମ୍ପସରେ ଆଉ ଏକ ଏକାଡେମିକ୍‌ ବ୍ଲକ ନିର୍ମାଣ ପାଇଁ ମଧ୍ୟ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଛନ୍ତି।

୨୦୧୮ ସେପ୍ଟେମ୍ବରରେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୩୦ ଏକର ଜମି ଚିହ୍ନଟ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଠିତ କମିଟି ରିପୋର୍ଟ ଆଧାରରେ ଏହି ଜାଗାରେ ଚୂଡ଼ାନ୍ତ ମୋହର ଲାଗିଥିଲା। ବିଶ୍ବବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସଠାରୁ ଏହାର ଦୂରତା ମାତ୍ର ୨୦ କିମି ହୋଇଥିଲେ ମଧ୍ୟ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଶ୍ବବିଦ୍ୟାଳୟର ତତ୍‌କାଳୀନ କୁଳପତି ପ୍ରଶ୍ନ ଉଠାଇଥିଲେ। ସେଠାରେ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେଲେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ହେବନି ବୋଲି ମତପ୍ରକାଶ କରିବା ସହ ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରସ୍ତାବ ଦେଇଥିଲେ। ୨୦୧୯ ଜୁଲାଇରେ ବୈଠକ ଡାକି ସମସ୍ୟାର ସମାଧାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତତ୍‌କାଳୀନ କୁଳପତିଙ୍କୁ କୁହାଯାଇଥିଲା। ମାତ୍ର ସେବେଠାରୁ ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଫାଇଲ୍‌ ଏବେ ଉଚ୍ଚଶିକ୍ଷା ବିଭାଗର ଫାଇଲରେ ବନ୍ଦ ହୋଇ ରହିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦ୍ବିତୀୟ କ୍ୟାମ୍ପସ ସମ୍ପର୍କରେ ଏକାଧିକ ଥର ଉଚ୍ଚଶିକ୍ଷା ବିଭାଗ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଓ ସଚିବ ସମସ୍ତେ ସବୁ ଜାଣି ଚୁପ୍‌ ବସିଛନ୍ତି । ଫଳରେ ଛାତ୍ରୀମାନଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରମାଦେବୀରେ ପାଠ ପଢ଼ିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରୁଥିବା ବେଳେ ଏ ସମସ୍ୟା ଏବେ ଛାତ୍ରୀଙ୍କ ମନରେ ଉତ୍ସାହ ଭରିବା ପରିବର୍ତ୍ତେ ନିରୁତ୍ସାହିତ କରୁଛି ।

Tags: NULL
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.