ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରଯାନ-୩ ଚନ୍ଦ୍ର ସଫଳ ହେବା ପରେ ସାରା ବିଶ୍ୱରେ ଭାରତର ଚର୍ଚ୍ଚା ହେଉଛି । ଏହାରି ଭିତରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଏକ ନୂଆ ଭିଡିଓ ଜାରି କରିଛି । ଏଥିରେ ଲ୍ୟାଣ୍ଡର ମଧ୍ୟରୁ ରୋଭର ବାହାରକୁ ଆସୁଛି ତାହା ଦେଖାଯାଇଛି । ଇସ୍ରୋର ସୂଚନା ଅନୁଯାୟୀ, ରୋଭର ଚନ୍ଦ୍ରପୃଷ୍ଠରେ ୮ ମିଟର ଗତି କରିଛି। ସେଥିରେ ବ୍ୟବହୃତ ସମସ୍ତ ଯନ୍ତ୍ରାଂଶ ସଫଳ ଭାବେ କାର୍ଯ୍ୟ କରୁଛି। ୬ ଚକିଆ ରୋଭରର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର, ଉଚ୍ଚତା ୩୯.୭ ସେଣ୍ଟିମିଟର ଏବଂ ଓଜନ ୨୬ କେଜି। ମୋଟି ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ରୋଭର । ସଂଗୃହିତ ତଥ୍ୟକୁ ସେ ଲ୍ୟାଣ୍ଡରକୁ ପ୍ରଦାନ କରିବ । ଏହା ପରେ ଲ୍ୟାଣ୍ଡର ଏହି ତଥ୍ୟକୁ ଇସ୍ରୋକୁ ପଠାଇବ । ସେହି ତଥ୍ୟକୁ ବୈଜ୍ଞାନିକ ମାନେ ବିଶ୍ଲେଷଣ କରି ସେ ଦିଗରେ କାମ କରିବେ ।