ଓଡ଼ିଶା 365 (ବ୍ୟୁରୋ): ୨୪ ଅଗଷ୍ଟରେ ଦିଲ୍ଲୀରେ ୨୦୨୩ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା। ଏଥିରେ କ୍ରିତି ସାନନ୍ ଏବଂ ଆଲିଆ ଭଟ୍ଟଙ୍କୁ ନିଜ ନିଜ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଥିଲା । କ୍ରିତି ଚଳଚ୍ଚିତ୍ର ମିମି ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଯାହା ତାଙ୍କ ଜୀବନ କାଳ ମଧ୍ୟରେ ଶ୍ରେଷ୍ଠ ଆୱାର୍ଡ କହିଲେ ଅତୁକ୍ତି ହେବ ନାହିଁ । ଏହି ଆୱାର୍ଡ ଜିତିସାରିବା ପରେ କ୍ରିତିଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ସେପଟେ କ୍ରିତି ସାନନ୍ ତାଙ୍କ ପରିବାର ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ପୂଜା କରି ଭଗବାନଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହାସହ ସେଠାରେ ଉପସ୍ଥିତ ଥିବା ସମସ୍ତ ଛୋଟ ଛୋଟ ପିଲାଙ୍କୁ ମିଠା ବାଣ୍ଟି ନିଜର ଖୁସି ବ୍ୟକ୍ତ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
କେବଳ କ୍ରିତି ନୁହଁନ୍ତି ତାଙ୍କ ବାପା, ମା’ ଓ ଭଉଣୀ ମଧ୍ୟ ମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି । ଅନ୍ୟପଟେ ସୋସିଆଲ ମିଡିଆରେ କ୍ରିତି ସନନ୍ ଏକ ପୋଷ୍ଟ ସେୟାର କରି ତାଙ୍କ କୋ-ଷ୍ଟାର ଏବଂ ତାଙ୍କ ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ କ୍ରିତି ତାଙ୍କ ପୋଷ୍ଟରେ ଆଲିଆ ଭଟ୍ଟଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।