ଓଡ଼ିଶା 365 (ବ୍ୟୁରୋ): ଛୋଟ ଠାରୁ ବୟସ୍କ ଅଣ୍ଡା ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । ଅଣ୍ଡା ଆପଣଙ୍କ ଶରୀରକୁ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଯୋଗାଇଥାଏ । ହେଲେ ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଗବେଷକ ମାନେ କହିଛନ୍ତି ଯେ, ଆପଣ ସପ୍ତାହକୁ ପାଖାପାଖି ୭ଟି ଅଣ୍ଡା ରୁ ଅଧିକ ଅଣ୍ଡା ଯଦି ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ।
ଏଥିରେ ଥିବା କୋଲେଷ୍ଟ୍ରଲ ଆମ ଶରୀରରେ କ୍ୟାନସର ସୃଷ୍ଟି କରିବାରେ ସହାୟକ ହୋଇଥାଏ ଓ ଅଣ୍ଡାରେ ଥିବା କୋଲେଷ୍ଟ୍ରଲ ରକ୍ତରେ ମିଶିନଥାଏ ଯାହାକି ପ୍ରୋଷ୍ଟେଟ କ୍ୟାନସରର ପ୍ରମୁଖ କାରଣ ହୋଇଥାଏ । ଏହାସହ ହୃଦରୋଗ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେଣୁ ଅଣ୍ଡା ଖାଇବା କମ୍ କରନ୍ତୁ ।