ଓଡ଼ିଶା 365 (ବ୍ୟୁରୋ): ସିଗାରେଟ୍ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ଏହା ସମସ୍ତଙ୍କୁ ଜଣା । ହେଲେ ବି ସିଗାରେଟକୁ ସମସ୍ତେ ପସନ୍ଦ କରିଥାନ୍ତି । ସିଗାରେଟ୍ ପିଉଥିବା ଲୋକ କୁହନ୍ତି ଯେ, ଏହାକୁ ପିଇବା ଦ୍ୱାରା ମନରୁ ସବୁ ଚିନ୍ତା ଦୂର ହୋଇଯାଇଥାଏ । ହେଲେ ଆପଣ ଜାଣନ୍ତି କି ସିଗାରେଟ୍ ଆପଣଙ୍କ ଜୀବନ ନେଇପାରେ । ଆମେରିକାର ଓହିଓରୁ ଏଭଳି ଏକ ଭୟଙ୍କର ରୋଗ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଏବଂ ଶୁଣିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଅଧିକ ସିଗାରେଟ୍ ପିଇବା ଦ୍ୱାରା ଆପଣଙ୍କୁ ମଧ୍ୟ ଏହି ଭୟଙ୍କର ରୋଗ ହୋଇପାରେ । ଯାହା ଦ୍ୱାରା ଆପଣଙ୍କ ଜିଭର ରଙ୍ଗ ସବୁଜ ହୋଇଯିବ ଏବଂ ଜିଭରେ କେଶ ଉଠିବ ।
ଆମେରିକାର ଓହିଓରେ ରହୁଥିବା ଜଣେ ବ୍ୟକ୍ତିଙ୍କର ପ୍ରଥମେ ଜିଭ କୁଣ୍ଡେଇ ହେବାକୁ ଲାଗିଥିଲା । କିଛି ସମୟ ପରେ ଜିଭରେ କେଶ ଉଠିଥିଲା ଏବଂ ପରେ ଜିଭ ସବୁଜ ପଡିଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଅଧିକ ସିଗାରେଟ୍ ପିଇବା ଦ୍ୱାରା ଏଭଳି ରୋଗ ହୋଇଥାଏ । ତେଣୁ ସିଗାରେଟ୍ ଠାରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।