ଓଡ଼ିଶା 365 (ବ୍ୟୁରୋ) : ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ଦିନିକିଆ ବିଶ୍ୱକପ । ଏହା ପୂର୍ବରୁ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୩ ତାରିଖ ମଧ୍ୟରେ ଖେଳାଯିବ ଅଭ୍ୟାସ ମ୍ୟାଚ । ବର୍ତ୍ତମାନ ସୁଦ୍ଧା ବିଶ୍ୱକପ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷାଣା କରିନାହିଁ । କେଉଁ ଖେଳାଳିଙ୍କୁ ଦିନିକିଆ ବିଶ୍ୱକପ ଖେଳିବାକୁ ସୁଯୋଗ ମିଳିବ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହା ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପ ପାଇଁ ୧୫ ଜଣିଆ ସ୍ୱର୍ଡ ଘୋଷଣା କରିଛନ୍ତି । ଯେଉଁଥିରେ କି କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ନାମ ମଧ୍ୟ ରହିଛି । ସୌରଭ ଗାଙ୍ଗୁଲି ତାଙ୍କ ଦଳରେ ଓପନର ଭାବେ ରୋହିତ ଶର୍ମା ଓ ଶୁବମନ ଗିଲଙ୍କୁ ଚୟନ କରିଥିବା ବେଳେ ତୃତୀୟ ସ୍ଥାନ ପାଇଁ ଇଶାନ କିଶାନଙ୍କୁ ଚୟନ କରିଛନ୍ତି । ସେହିପରି ବିରାଟ କୋହଲିଙ୍କୁ ଚାରି ନମ୍ବର ବ୍ୟାଟ୍ସମ୍ୟାନ ଭାବେ ଚୟନ କରିଛନ୍ତି । ଏହାପରେ ଶ୍ରେୟାସ ଆୟରଙ୍କୁ ୫ ନମ୍ବର ବ୍ୟାଟିଂ ଅର୍ଡରରେ ରଖିଛନ୍ତି ।
ଷଷ୍ଠ ସ୍ଥାନରେ କେଏଲ ରାହୁଙ୍କୁ ସ୍ଥାନ ଦେଇଛନ୍ତି । ଓ୍ୱିକେଟ କିପର ଭାବେ ସେ ଇଶାନ କିଶାନ ଓ ରାହୁଲଙ୍କୁ ଚୟନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଭାବେ ଚୟନ କରିଛନ୍ତି । ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ଅଲରାଉଣ୍ଡର ଭାବେ ଚୟନ କରିଥିବା ବେଳେ ସ୍ପିନର ଭାବରେ କୁଲଦୀପ ଯାଦବଙ୍କ ଉପରେ ଭରସା କରିଛନ୍ତି । ସେହିପରି ଦ୍ରୁତ ବୋଲର ଭାବରେ ମହମ୍ମଦ ସିରାଜ, ଜସପ୍ରୀତ ବୁମରା, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁରଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି । ୧୫ ଜଣିଆ ଡରେ ତିଳକ ବର୍ମା ଓ ଚହଲଙ୍କ ନାମ ଥିଲେ ମଧ୍ୟ ସେମାନଙ୍କୁ ଏକାଦଶରେ ସ୍ଥାନ ଦେଇନାହାନ୍ତି । ଯଦି କୌଣସି ଖେଳାଳି ଆହତ ହୁଅନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି । ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ଯେ, ଯଦି ମିଡିଲ ଅର୍ଡରରେ କେହି ବ୍ୟାଟ୍ସମ୍ୟାନ ଆହତ ହୁଅନ୍ତି ତେବେ ତିଳକ ବର୍ମାଙ୍କୁ ସୁଯୋଗ ମିଳିବ । ଯଦି ଦ୍ରୁତ ବୋଲର ଆହତ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣ ଓ ସ୍ପିନର ଯଦି ଆହତ ହୁଅନ୍ତି ତାଙ୍କ ସ୍ଥାନରେ ଚହଲଙ୍କୁ ସୁଯୋଗ ଦିଆଯିବ ।
ବିଶ୍ୱକପ ପାଇଁ ସୌରଭ ଗାଙ୍ଗୁଲିଙ୍କ ୧୫ ଜଣିଆ ଭାରତୀୟ ସ୍କ୍ବାଡ ଗଠନ କରିଛନ୍ତି ସେଥିରେ ରୋହିତ ଶର୍ମା ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଇଶାନ କିଶାନ, କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ମହମ୍ମଦ ଶାମୀ, ସାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ରହିଛନ୍ତି ।