ଓଡ଼ିଶା 365 (ବ୍ୟୁରୋ): ନିଜ ଘରେ ଅଛନ୍ତି ଡାକ୍ତରଖାନାରୁ ନିଖୋଜ ଥିବା ମହିଳା ପୋଲିସ ଏସଆଇ କାଜଲ ବାଗ। ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମହିଳା ପୋଲିସ ଏସଆଇ କାଜଲ ବାଗ ଘରକୁ ପଳାଇଛନ୍ତି । ସେ ତାଙ୍କ ପୈତୃକ ଘରେ ଅଛନ୍ତି । ଭବାନୀ ପାଟଣାସ୍ଥିତ ତାଙ୍କ ବାପାଙ୍କ ଘରେ ଅଛନ୍ତି ବୋଲି ସୂଚନା ଦେଇଛନ୍ତି କାଜଲଙ୍କ ବାପା ମାନଗୋବିନ୍ଦ ବାଗ ।
ସୂଚନାଥାଉ କି, ମହିଳା ଏସଆଇ ପିଇଥିଲେ ଗୁଡନାଇଟ୍ ଲିକ୍ୟୁଇଡ୍ ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯ।ଇଥିଲା । ପରେ ହସ୍ପିଟାଲରେ ନ ଥିବା ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ସଚଳା ବାଗ କହିଥିଲେ । ଏପରିକି ସନ୍ଧ୍ୟା ସୁଦ୍ଧା ଏସଆଇ ମେଡିକାଲ ନଫେରିଲେ ପୁଲିସ ନିକଟରେ ଅଭିଯୋଗ କରାଯିବ ବୋଲି ମଧ୍ୟ କହିଥିଲେ କଲେଜ ସୁପରିଟେଣ୍ଡେଣ୍ଟ । ପୋଲିସ ଏସଆଇ କାଜଲ ବାଗ ତିନି ଦିନ ତଳେ ନିଜ ଭଡା ଘରେ ବିଷ ପିଇ ଦେଇଥିଲେ । ଗୁରତର ଅବସ୍ଥାରେ ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରୁ ସେ ଫେରାର ହୋଇ ଯାଇଥିବା କୁହାଯାଇଥିଲା । କାଜଲ ବାଗ ବିଷପିଇବା ପୂର୍ବରୁ କାହାସହ ଫୋନରେ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ମଶାମରା ତେଲ ପିଇ ଦେଇଥିଲେ। କିଛି ପୋଲିସ କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ତେବେ କାଜଲ ପ୍ରେମରେ ପ୍ରତାରିତା ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।