ଓଡ଼ିଶା 365 (ବ୍ୟୁରୋ) : ଆସନ୍ତା ସେପ୍ଟେମ୍ବରରେ ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଦେଶରେ ପ୍ରମୁଖ ରାଜନେତା ଯୋଗ ଦେବେ । ତେବେ ଅତିଥି ସତ୍କାରକୁ ନେଇ ଦିଲ୍ଲୀ ବାସିଙ୍କ ଦାୟିତ୍ୱ ବଢିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଜି-୨୦ ଶିଖର ସମ୍ମିଳନୀ ହେତୁ ଦିଲ୍ଲୀର ଟ୍ରାଫିକ ନିୟମରେ ପରିବର୍ତ୍ତନ ହେବ । ସେପ୍ଟେମ୍ବର ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏନେକ କଟକଣା ରହିବ । ବିଭିନ୍ନ ସ୍ଥାନକୁ ଯିବା ଆସିବାରେ ପ୍ରତିବନ୍ଧକ ଲଗାଯିବ । ଶିଖର ସମ୍ମିଳନୀକୁ ଶୃଙ୍ଖଳିତ କରିବାକୁ ଏଭଳି ପଦକ୍ଷେପ ନେବା ଜରୁରୀ । ତେବେ ଏହି ସମୟରେ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ମଧ୍ୟ ହୋଇ ପାରନ୍ତି । ସେଥି ପାଇଁ ଦିଲ୍ଲୀ ବାସିଙ୍କୁ ଆଗୁଆ କ୍ଷମା ମାଗିଛନ୍ତି ପ୍ରଧାନମନ୍ତ୍ରୀ ।