ଓଡ଼ିଶା 365 (ବ୍ୟୁରୋ): ଡୁପ୍ଲିକେଟ୍ ବିଲ୍ ଦେଇ ୨୫ ଲକ୍ଷ ଚୂନ ଲଗାଇ ଗିରଫ ହେଲେ ଟାଟା ପାୱାର ଅଧିକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସଦର ଥାନା ସାରଗାଁରେ। ଟାଟା ପାୱାରରେ ସେକ୍ସନ କମର୍ସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ଜେନା ଡୁପ୍ଲିକେଟ୍ ବିଲ୍ ଦେଇ ଗ୍ରାହକଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଆଦାୟ କରି ହଡ଼ପ କରିଥିଲେ। ତେବେ ପୋଲିସ ତାଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଟାଟା ପାୱାରରେ ସେକ୍ସନ କମର୍ସିଆଲ ଅଫିସର ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ଜେନା ୨୫ରୁ ଅଧିକ ଗ୍ରାହକଙ୍କୁ ବକେୟା ବିଲ୍ ବାବଦରେ ଡୁପ୍ଲିକେଟ୍ ବିଲ୍ ଦେଇ ପ୍ରାୟ ୧୫ ଲକ୍ଷ ଟଙ୍କା ସଂଗ୍ରହ କରିଥିଲେ। ଏହି ଟଙ୍କାକୁ ସେ ନିଜେ ହଡ଼ପ କରିଥିଲେ। ଏ ସଂପର୍କରେ ଜଣାପଡ଼ିବା ପରେ ଟାଟା ପାୱାରର ବାଲେଶ୍ୱର ସେକ୍ସନ୍ର ଅଧୀକ୍ଷଣ ଯନ୍ତ୍ରୀ ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଆଜି ଅଜୟ କୁମାର ଜେନାଙ୍କୁ ଗିରଫ କରିଛି।