ଓଡ଼ିଶା 365 (ବ୍ୟୁରୋ:) ଶରୀର ପାଇଁ ଲାଭଦାୟକ ଚିକେନ । ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ରହିଛି । ଛୋଟ ଠାରୁ ବୟସ୍କ ସମସ୍ତେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି । ଅଧିକାଂଶ ଲୋକେ ଚିକେନକୁ ଏତେ ମାତ୍ରାରେ ଭଲପାଆନ୍ତି ଯେ , ଅଧିକ ଦିନ ଖାଇବା ପାଇଁ ଚିକେନକୁ ଫ୍ରିଜରେ ରଖିଦିିଅନ୍ତି । ହେଲେ ଆପଣ ଜାଣନ୍ତି କି ଫ୍ରିଜରେ ଅଧିକ ଦିନ ଚିକେନ୍ ରହିବା ଦ୍ୱାରା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
ସୂଚନା ଅନୁଯାୟୀ, କଞ୍ଚା ଚିକେନ୍କୁ ୨ ଦିନରୁ ଅଧିକ ସମୟ ଫ୍ରିଜରେ ରଖନ୍ତୁ ନାହିଁ। ଭଜା ଚିକେନକୁ ୩ ଦିନରୁ ଅଧିକ ସମୟ ଫ୍ରିଜରେ ରଖନ୍ତୁ ନାହିଁ। ସେହିପରି ଫ୍ରିଜର ତାପମାତ୍ରା ୪ଡିଗ୍ରୀରୁ କମ୍ ରହିଲେ, ଚିକେନ୍ରେ ବ୍ୟାକ୍ଟେରିଆ ବିକାଶ କମ୍ ହୋଇଥାଏ। ସେହିପରି କଞ୍ଚା ଚିକେନକୁ ସମ୍ପୂର୍ଣ୍ଣ ବନ୍ଦ ଥିବା ଡବା ଭିତରେ ରଖିବା ଉଚିତ। ଏହାକରିବା ଦ୍ୱାରା ଚିକେନର ପ୍ରଭାବ ଅନ୍ୟ ଖାଦ୍ୟ ଉପରେ ପଡିନଥାଏ। ଚିକେନ୍କୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖିଲେ ଅଧିକ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ଏବଂ ଆମ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇଥାଏ ।
ଅନ୍ୟପଟେ ଯଦି ଆପଣ ଫ୍ରିଜରେ ଅଧିକ ଦିନ ଚିକେନ ରଖୁଛନ୍ତି ତେବେ ଏହାର କଲର ହାଲକା ସବୁଜ ରଙ୍ଗ ହୋଇଯାଏ । ଯାହାଫଳରେ ଚିକେନରେ ବ୍ୟାକ୍ଟେରିଆ ପ୍ରବେଶ କରିଥାଏ । ଏହାସହ ଚିକେନରୁ ଏକ ପ୍ରକାର ଗନ୍ଧ ମଧ୍ୟ ବାହାରିଥାଏ । ଚିକେନ୍ର ଆକାର ମଧ୍ୟ ବଦଳିଯିବା ସହ ହାତକୁ ନରମ ଲାଗିଥାଏ । ଏହିସବୁ ଲକ୍ଷଣ ଦେଖାଗଲେ ଜାଣିନିଅନ୍ତୁ ଯେ, ଆପଣ ରଖିଥିବା ଚିକେନ ଖରାପ ହୋଇଯାଇଛି । ତେଣୁ ଏହାକୁ ଖାଇବା ବଦଳରେ ଫିଙ୍ଗି ଦିଅନ୍ତୁ ।