ଓଡ଼ିଶା 365 (ବ୍ୟୁରୋ): ଆରପାରିରେ ହିନ୍ଦୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଗୀତିକାର ତଥା କବି ଦେବ କୋହଲି । ୮୦ ବର୍ଷ ବୟସରେ ଆଜି କୋହଲିଙ୍କ ଦେହାନ୍ତ ହୋଇଛି । ସୁଚନା ଅନୁଯାୟୀ, ଆଜି ଅପରାହ୍ଣ ୨ଟା ବେଳେ ମୁମ୍ବାଇସ୍ଥିତ ଜୁପିଟର୍ ଆପାର୍ଟମେଣ୍ଟରେ ଥିବା ତାଙ୍କ ବାସଭବନରେ ଶେଷକୃତ୍ୟ କରାଯାଇ ସନ୍ଧ୍ୟା ୬ଟା ବେଳେ ଯୋଗେଶ୍ବରୀ ୱେଷ୍ଟ୍ସ୍ଥିତ ଓଶିୱାରା ଶ୍ମଶାନରେ ତାଙ୍କ ଶବ ସତ୍କାର କରାଯିବ । ଏଥିରେ ତାଙ୍କର ଘନିଷ୍ଠ ସହଯୋଗୀ ଅନୁ ମଲିକ, ଆନନ୍ଦ ରାଜ୍ ଆନନ୍ଦ, ଉତ୍ତମ ସିଂହଙ୍କ ସମେତ ବଲିଉଡ୍ର ବହୁ ସେଲିବ୍ରେଟି ଶେଷକୃତ୍ୟରେ ଯୋଗ ଦେଇ କୋହଲିଙ୍କ ସ୍ବର୍ଗତ ଆତ୍ମା ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିବେ।
ଦେବ କୋହଲି ପ୍ରଥମେ ୧୯୬୯ ମସିହାରେ ‘ଗୁଣ୍ଡା’ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ। ‘ମୈନେ ପ୍ୟାର୍ କିୟା’, ‘ବାଜିଗର୍’, ‘ହମ୍ ଆପ୍କେ ହୈ କୌନ୍’, ‘ଜୁଡ୍ୱା-୨’, ‘ମୁସାଫିର୍’, ‘ସୁଟ୍ ଆଉଟ୍ ଆଟ୍ ଲୋଖାଣ୍ଡୱାଲା’, ‘ଟ୍ୟାକ୍ସି ନମ୍ବର ୯୧୧’ ‘ଲାଲ୍ ପଥର’ର ‘ଗୀତ୍ ଗାତା ହୁଁ ମୈ’ ମାୟେ ନି ମାୟେ’, ‘ୟେ କାଲି କାଲି ଆଁଖେ’, ‘ଓ ସାକି ସାକି’, ‘ଦିଦି ତେରା ଦେବର୍ ଦିୱାନା ଭଳି ତାଙ୍କର ଅନେକ ଲୋକପ୍ରିୟ ରଚନା କରିଥିଲେ ଦେବ କୋହଲି ।