ଓଡ଼ିଶା 365 (ବ୍ୟୁରୋ) : ଖାଦ୍ୟକୁ ଟିକେ ଚଟ୍ପଟା କରିବା ପାଇଁ ଆମେ ସେଥିରେ ସାମାନ୍ୟ ଲଙ୍କା ପକାଇ ଥାଆନ୍ତି। ତେବେ ରାଗ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି ଆଉ କିଛି ଲୋକ ନାପସନ୍ଦ ମଧ୍ୟ କରିଥାନ୍ତି । ଯଦି ଆପଣ ମଧ୍ୟ ରାଗ ଖାଇବାକୁ ଭଲ ପାଆନ୍ତି, ତାହେଲେ ଆପଣଙ୍କ ଏହି ଅଭ୍ୟାସ ସବୁବେଳେ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ ମଧ୍ୟ କରିଥାଏ । କାରଣ ସାମାନ୍ୟ ରାଗ ଖାଇବା, ବିଶେଷ କରି କଞ୍ଚାଲଙ୍କା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏଥିରେ ଥିବା କିଛି ଔଷଧିୟ ଗୁଣ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଓଜନ ହ୍ରାସ କରାଇଥାଏ। ଅନେକ ବଡ଼ ବଡ଼ ରୋଗରୁ ମୁକାବିଲା ପାଇଁ ଶକ୍ତି ମଧ୍ୟ ଯୋଗାଇ ଥାଏ ।
ମୋଟାପା କମାଇବାରେ ସାହାର୍ଯ୍ୟ ଥାଏ କଞ୍ଚାଲଙ୍କା । ଏହି କଞ୍ଚାଲଙ୍କରେ ଭରପୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଛି। ତେଣୁ ଏହା ଶରୀରର ମେଟାବୋଲିଜିମ୍କୁ ବଢ଼ାଇଥାଏ ଫଳରେ ଶରୀରର ଓଜନ ହ୍ରାସ ହୋଇଥାଏ।
ମନ ପରିବର୍ତ୍ତନକୁ ନିୟନ୍ତ୍ରଣ କରେ କଞ୍ଚା ଲଙ୍କା ଖାଇବା ଦ୍ୱାରା ଶରୀରରେ ଏଣ୍ଡ୍ରୋଫିନ୍ସ ନାମକ ଏକ ରାସାୟନିକ ପଦାର୍ଥ କ୍ଷରଣ ହୋଇଥାଏ ।ଯାହା ମୁଡ୍ ପରିବର୍ତ୍ତନକୁ ନିୟନ୍ତ୍ରଣ କରୁଥିବା ଏନଜାଇମ୍କୁ ସକ୍ରିୟ ବା ଅଧିକ ଶକ୍ତିଶାଳୀ କରିଦିଏ। ଯାହାଦ୍ୱାରା ଆମର ମୁଡ୍ ବାରମ୍ବାର ପରିବର୍ତ୍ତନ ହୁଏ ନାହିଁ।
ଖାଲିସେତିକି ନୁହେଁ ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଲଙ୍କା ଅନେକ ଲାଭଦାୟୀ। କାରଣ ଏଥିରେ ଥିବା ଔଷଧୀୟ ତତ୍ତ୍ୱ ରକ୍ତ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିଥାଏ ।ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଛି ତେବେ କଞ୍ଚାଲଙ୍କା ପଡ଼ିଥିବା କିଛି ଖାଦ୍ୟ ଖାଇଦିଅନ୍ତୁ। ଏଥିରେ ଥିବା ଭିଟାମିନ୍ ‘କେ’ ରକ୍ତକୁ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ। ଫଳରେ ଆଉ ରକ୍ତଶ୍ରାବ ହୁଏନାହିଁ।
କଞ୍ଚାଲଙ୍କାରେ ଭରପୁର ପରିମାଣର ଆଣ୍ଟି ଅକ୍ସିଡାଣ୍ଟ ରହିଛି। ଯାହାକୁ ବେଟା କେରୋଟିନ୍ କୁହାଯାଏ। ଏହା ହୃତ୍ସ୍ପନ୍ଦନକୁ ଶୃଙ୍ଖଳିତ କରିଥାଏ । ହାଡକୁ ଦୃଢ କରିଥାଏ, କଞ୍ଚାଲଙ୍କାରେ ଭିଟାମିନ୍ ‘ଏ’ ପ୍ରଚୁର ଥାଏ। ଏଗୁଡ଼ିକ ଆମ ଶରୀରର ହାଡ଼ଗୁଡ଼ିକୁ ମଜ୍ବୁତ୍ କରିଥାଏ। କେବଳ ହାଡ଼ ନୁହେଁ ଏହା ଆମ ଦାନ୍ତକୁ ମଧ୍ୟ ସୁସ୍ଥ ଓ ମଜଭୁତ ରଖିଥାଏ। ସାଇନସ୍ ସମସ୍ୟା ଦୂର କରେ କଞ୍ଚାଲଙ୍କାରେ ଥିବା କ୍ୟାପ୍ସାଇସିନ୍ ନାକ ଓ ସାଇନସ୍ ଉପରେ ଅନୁକୂଳ ପ୍ରଭାବ ପକାଇଥାଏ। ଯାହା ସାମାନ୍ୟ ଥଣ୍ଡା ଓ ସାଇନସ୍ ସଂକ୍ରମଣ ସହ କଡ଼ା ମୁକାବିଲା କରିଥାଏ । ତେଣୁ ଶରୀର ପାଇଁ କଞ୍ଚା ଲଙ୍କା ଖାଇବା ନିହାତି ଆବଶ୍ୟକ ରହିଛି ।