ଓଡ଼ିଶା 365 (ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ଖାଦ୍ୟ ତାଲିକାରେ ସ୍ଥାନ ପାଇଲା ଭାରତର ‘ବଟର ଚିକେନ’ । କ୍ରୋସିଆ ଫୁଡ ଗାଇଡ ଟେଷ୍ଟ ଆଟଲାସ ବିଶ୍ୱ ପ୍ରସିଦ୍ଧ ୨୦ ଟି ବ୍ୟଞ୍ଜନ ତାଲିକା ପ୍ରକାଶ କରିଛି । ଏଥିରେ ଭାରତର ଏକ ମାତ୍ର ଖାଦ୍ୟ ‘ବଟର ଚିକେନ’ ସ୍ଥାନ ପାଇଛି । ‘ବଟର ଚିକେନ’ ଭାରତର ଖାଦ୍ୟ ତାଲିକାରେ ବେଶ୍ ପରିଚିତ । ଗାଁ ଠୁ ସହର ଢ଼ାବା ହେଉ ବା ବଡ଼ ରେଷ୍ଟୁରାଣ୍ଟ ସବୁଠି ଲୋକପ୍ରିୟ ଖାଦ୍ୟ ପାଲଟିଛି ‘ବଟର ଚିକେନ’ । ଛୋଟ ଠାରୁ ବୟସ୍କ ସମସ୍ତେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରନ୍ତି ।
ବିଶ୍ୱର ବିଭିନ୍ନ ସ୍ଥାନରେ ନାମ କରିଥିବା ୨୦ ଟି ଖାଦ୍ୟ ତାଲିକାରେ ଭାରତର ‘ବଟର ଚକେନ’ କୁ ସ୍ଥାନିତ କରିଛି ‘ଟେଷ୍ଟ ଆଟଲାସ୍’ । ଏହାଛଡା ମେକ୍ସିକାନ ସ୍ନାକ୍ସ ନାକୋସ ଏବଂ ଇଟାଲିୟନ ପାସ୍ତା କାର୍ବୋନରା ମଧ୍ୟ ତାଲିକାରେ ରହିବା ସହ ଏହାର ଉତ୍ପତ୍ତି ୧୯୪୦ ପରର ବୋଲି ଦର୍ଶାଯାଇଛି । ସେହିପରି ବ୍ରିଟିଶ- ଭାରତର ମିଶ୍ରଣରେ ସୃଷ୍ଟି ଚିକେନ ଟିକା ମସଲା ୧୯୭୦ ପରର ଉତ୍ପତ୍ତି ବୋଲି କୁହାଯାଉଛି ।