ଓଡ଼ିଶା 365 (ବ୍ୟୁରୋ) : ପୁଣି ଏକ ଟ୍ରେନରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ନୌରୁ ରାମେଶ୍ବରମ୍ ଅଭିମୁଖେ ଯାଉଥିବା ଏକ ଟ୍ରେନ୍ର ‘ଟୁରିଷ୍ଟ୍ କୋଚ୍’ରେ ନିଆଁ ଲାଗିଯିବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବେଆଇନ ଭାବେ ନିଆଯାଉଥିବା ‘ଗ୍ୟାସ୍ ସିଲିଣ୍ଡର୍’ ଯୋଗୁଁ ନିଆଁ ଲାଗିଛି ବୋଲି ପୁଲିସ କହିଛି । ସୂଚନା ଅନୁସାରେ, ଲକ୍ଷ୍ନୌରୁ ରାମେଶ୍ବରମ୍ ଅଭିମୁଖେ ଯାଉଥିବା ଏହି ଟ୍ରେନ ସକାଳ ୫ ଟା ସମୟରେ ମଦୁରାଇ ଷ୍ଟେସନ୍ ଅଟକିଥିଲା । ‘ଟୁରିଷ୍ଟ୍ କୋଚ୍’ରେ ଉତ୍ତର ପ୍ରଦେଶର ତୀର୍ଥଯାତ୍ରୀମାନେ ଥିଲେ । ସେମାନେ କଫି ତିଆରି କରିବା ଲାଗି ଗ୍ୟାସ୍ ଷ୍ଟୋଭ୍ ଲଗାଇବା ବେଳେ ଗ୍ୟାସ୍ ସିଲିଣ୍ଡର୍ ଫାଟି ନିଆଁ ଲାଗିଯାଇଥିଲା। ଘଟଣା ପରେ ଷ୍ଟେସନରେ ଆତଙ୍କ ଖେଳି ଯାଇଛି । ନିଆ ଲାଗିବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୁଉତ୍ତ କରିବାକୁ ଚେଷ୍ଟା କରୁଛି । ମଦୁରାଇ ଜିଲ୍ଲାପାଳ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ପରଖିଛନ୍ତି ।