ଓଡ଼ିଶା 365 (ବ୍ୟୁରୋ) : ୨୩ ଅଗଷ୍ଟରେ ଚନ୍ଦ୍ରରେ ତ୍ରିରଙ୍ଗା ଉଡ଼ାଇଛି ଭାରତ । ତେଣୁ ୨୩ ଅଗଷ୍ଟକୁ ଭାରତରେ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ରେ ବୈଜ୍ଞାନିକଙ୍କୁ ଭେଟି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଚନ୍ଦ୍ରୟାନ ମିଶନରେ ଜଡିତ ବୈଜ୍ଞାନିକମାନଙ୍କୁ ଭେଟିବା ପାଇଁ ବେଙ୍ଗାଲୁରୁର ଇସ୍ରୋରେ ପହଞ୍ଚିଛନ୍ତି। ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ମୋଦି କହିଛନ୍ତି, ଅଗଷ୍ଟ ୨୩ ମୋ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବାରେ ଦେଶ ଇତିହାସ ରଚିଛି। ୨୩ ଅଗଷ୍ଟକୁ ଭାରତରେ ‘ଜାତୀୟ ମହାକାଶ ଦିବସ’ ଭାବରେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି ।