ଓଡ଼ିଶା 365 (ବ୍ୟୁରୋ) :ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରି ଏକ ବିଶ୍ବ ରେକର୍ଡ କରିଛି । ଚନ୍ଦ୍ରଯାନ-୩ର ସଫଳତା ପରେ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଜାପାନ ମହାକାଶ ସଂସ୍ଥା ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି (ଜାକ୍ସା) ସହ ମିଳିତ ଭାବରେ ଚନ୍ଦ୍ର ଯାନ-୪ ମିଶନ ପାଇଁ କାମ କରିବେ । ଇସ୍ରୋ ଓ ଜାକ୍ସା ଲୁପେକ୍ସ (ଲୁନାର ପୋଲାର ଏକ୍ସପ୍ଲୋରେସନ୍ ମିସନ୍) ଲଞ୍ଚ୍ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି । ଲୁପେକ୍ସ ବା ଚନ୍ଦ୍ରଯାନ-୪ ୨୦୨୬ ମସିହାରେ ଲଂଚ ହେବ ବୋଲି ଜଣାପଡ଼ିଛି ।
ଚନ୍ଦ୍ରଯାନ-୪ ମଧ୍ୟ ଚନ୍ଦ୍ରର ଦଣିଣ ମେରୁରେ ଅବତରଣ କରିବ । ଚନ୍ଦ୍ରଯାନ-୪ ମଧ୍ୟ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ କରିବ । ସେହିପରି ଚନ୍ଦ୍ରରେ ଥିବା ପାଣିର ଉପଯୋଗୀତାକୁ ନେଇ ମଧ୍ଯ ଅନୁସନ୍ଧାନ କରିବ ଚନ୍ଦ୍ରଯାନ-୪ । ଏହି ମିଶନରୁ ସଂଗୃହିତ ତଥ୍ୟକୁ ବୈଜ୍ଞାନିକମାନେ ବିଶ୍ଲେଷଣ କରିବେ । ମହାକାଶକ ମିଶନ ପାଇଁ ଜଳ ହେଉଛି ସବୁଠାରୁ ମୂଲ୍ୟବାନ ଉତ୍ସ । ହେବ କାରଣ ଏହା ଶ୍ୱାସକ୍ରିୟା ପାଇଁ ଅମ୍ଳଜାନରେ ପରିଣତ ହୋଇପାରିବ, ରକେଟ୍ ଇନ୍ଧନ ପାଇଁ ହାଇଡ୍ରୋଜେନ୍ ଆକାରରେ ବ୍ୟବହାର ହୋଇ ପାରିବ । ଲୁପେକ୍ସ ବା ଚନ୍ଦ୍ରଯାନ-୪ ୨୦୨୬ ମସିହାରେ ଲଂଚ ହେବ । ଏଇଥି ପାଇଁ ବୈଜ୍ଞାନିକମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।