ଓଡ଼ିଶା 365 (ବ୍ୟୁରୋ) : ଭାରତରେ ହେବ ଜି-୨୦ ଶିଖର ସମ୍ମିଳନୀ । ଏଥିପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସମସ୍ତ ସଦସ୍ୟ ଦେଶର ମୁଖ୍ୟ ଅଂଶଗ୍ରହଣ କରିବେ। ତେଣୁ ସୁରକ୍ଷା ଦୃଷ୍ଟରୁ ଦିଲ୍ଲୀ ପୋଲିସ ଏବଂ ପ୍ରଶାସନ ସଟଡାଉନ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇଦିଲ୍ଲୀ ଟ୍ରାଫିକ ପୋଲିସ ଟ୍ରାଫିକ ଆଡଭାଇଜରି ଜାରି କରିଛି । ନିର୍ଦ୍ଦେଶନାମା ଅନୁସାରେ ସେପ୍ଟେମ୍ବର ୭ରୁ ୧୦ ଦିଲ୍ଲୀ ସଟଡାଉନ ରହିବ। ଏଭଳି ପରିସ୍ଥିତିରେ ଯଦି ଲୋକଙ୍କୁ କୌଣସି ସ୍ଥାନକୁ ଯିବାକୁ ହେଲେ ସେମାନେ ମେଟ୍ରୋରେ ଯାତାୟାତ କରିବେ।