ଓଡ଼ିଶା 365 (ବ୍ୟୁରୋ) : ନାସା ଦ୍ବାରା ପ୍ରେରିତ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ସଫଳପୂର୍ବକ ଅବତରଣ କରିଛି । ବିଶ୍ବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାରତ । ଚନ୍ଦ୍ରର ଦକ୍ଷିଣ ମେରୁରେ କୌଣସି ମହାକାଶ ଯାନକୁ ଅବତରଣ କରାଇବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟିଛି । ଆଉ ଦେଶ ବିଦେଶରୁ, କୋଣ ଅନୁକୋଣରୁ ନାସାକୁ ଛୁଟିଛି ଶୁଭେଚ୍ଛାର ସୁଅ । ୟାରି ଭିତରେ ଅନେକ ପିଲା ମନ ବଳାଇଛନ୍ତି ବୈଜ୍ଞାନିକ ହେବାପାଇଁ । ତେବେ ଜାଣନ୍ତୁ ଜଣେ ବୈଜ୍ଞାନିକ ହେବା ପାଇଁ କେବେଠାରୁ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି ।
ସ୍ପେସ୍ ସାଇନ୍ସରେ କ୍ୟାରିୟର କରିବାକୁ ହେଲେ ଆପଣଙ୍କୁ ହାଇସ୍କୁଲରୁ ହିଁ ଯୋଜନା କରିବାକୁ ହେବ। ଏହି କ୍ଷେତ୍ରରେ ଅଧ୍ୟାପନା ନିମନ୍ତେ ଇଣ୍ଟରମିଡିଏଟରେ ପିସିଏମ୍ ବାଛିବାକୁ ହେବ, ଅର୍ଥାତ ଫିଜିକ୍ସ, କେମେଷ୍ଟ୍ରି ଓ ମ୍ୟାଥମେଟିକ୍ସ ବିଷୟର କମ୍ବିନେସନ ରହିବା ଜରୁରି। ଏହି କମ୍ବିନେସନକୁ ବାଛିବା ପରେ ଆପଣ ପାରମ୍ପରିକ ବିଏସସି କରିପାରନ୍ତି ଅଥବା ଇଞ୍ଜିନିୟରିଂ କ୍ଷେତ୍ରକୁ ବାଛି ପାରନ୍ତି। ଯଦି ଆପଣ ବିଏସସି ବା ବିଟେକ୍ କରିବାକୁ ଚାହୁଁଛନ୍ତି ଏହି ପାଠ୍ୟକ୍ରମ ପଢାଉଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଙ୍କ ପ୍ରବେଶିକା ପରୀକ୍ଷାରେ ଯୋଗ ଦିଅନ୍ତୁ।
ଯେଉଁମାନେ ବିଟେକ୍ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଜେଇଇ ମେନ୍ ଅଥବା ଜେଇଇ ଆଡଭାନ୍ସ ପରୀକ୍ଷାରେ ବସିବାକୁ ପଡିବ। ଜେଇଇ ଆଡଭାନ୍ସର ଆୟୋଜନ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ ରେ ପ୍ରବେଶ ନିମନ୍ତେ କରାଯାଇଥାଏ। ସେହିପରି ଯେଉଁମାନେ ବିଏସସି ପଢିବାକୁ ଚାହୁଁଛନ୍ତି ସେମାନେ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଏହିପରି ଅନ୍ୟ ସଂସ୍ଥାନମନଙ୍କରେ ଆଡମିସନ ନିମନ୍ତେ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ରେ ଭାଗ ନେଇ ପାରନ୍ତି। ଯେଉଁମାନେ ସ୍ପେସ୍ ସାଇନ୍ସରେ ଡିଗ୍ରି ପାଇଁ ଆଗ୍ରହୀ ସେମାନେ ଇଣ୍ଡିଆନ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲଜି ଇନିଷ୍ଟିଚ୍ୟୁଟ୍ ରେ ବିଟେକ୍ ପାଇଁ ଟ୍ରାୟ କରିବା ଦରକାର। ଏହି କଲେଜ ଏରୋସ୍ପେସ୍ ଇଞ୍ଜିନିୟରିଂ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ ଇଞ୍ଜିନିୟରିଂରେ ବିଟେକ୍ ପ୍ରଦାନ କରିଥାଏ । ଏହା ୫ ବର୍ଷିଆ ଦୋହରା ଡିଗ୍ରି ମଧ୍ୟ ପ୍ରଦାନ କରିଥାଏ ।