ଓଡ଼ିଶା 365 (ବ୍ୟୁରୋ) : ଧନିଆ ପତ୍ର ଯାହାର ବାସ୍ନା ମନକୁ ଆନନ୍ଦିତ କାରିଥାଏ । ଛୋଟ ଠୁ ବୟସ୍କ ସମସ୍ତଙ୍କ ପସନ୍ଦ ଧନିଆ ପତ୍ର । ଏହା ତରକାରିର ସ୍ବାଦ ବଢ଼ାଇଥାଏ । ଏଥିରେ ପ୍ରଚୁର ମାତ୍ରାରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍ସିୟମ, ଭିଟାମିନ୍ ଓ ମାଙ୍ଗାନିଜ ଭରି ରହିଥାଏ । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିଥିବାବେଳେ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଆମକୁ ରୋଗମୁକ୍ତ ରଖିଥାଏ ।
ଆପଣ ଜାଣନ୍ତି କି, ଧନିଆ ପତ୍ର ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲୋରି କମ୍ ଥାଏ, ଯାହା ଆମ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ପାଚନତନ୍ତ୍ରକୁ ସଠିକ୍ ଭାବେ କାର୍ୟ୍ୟ କରାଇବା ସହ ଯକୃତକୁ ମଧ୍ୟ ସୁସ୍ଥ ରଖିଥାଏ। ଏହାସହ ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ବରଦାନ ସଦୃଶ ହୋଇଥାଏ। ରକ୍ତହୀନତା ସହ ହୃତ୍ପିଣ୍ଡ ରୋଗୀଙ୍କ ପାଇଁ ଏହା ରାମବାଣ ସାଜିଥାଏ । ତେଣୁ ମଧୁମେୟ ରୋଗୀ ସବୁବେଳେ ଧନିଆ ପତ୍ର ଖାଇବା ଉଚିତ୍ ।