ଓଡ଼ିଶା 365 (ବ୍ୟୁରୋ) : ମହିଳା ମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଅସରପା । ରୋଷେଇ ଘର ଠାରୁ ଆରମ୍ଭ କରି ପୂଜା ଗୃହ ପର୍ଯ୍ୟନ୍ତ ଅସରପାଙ୍କ ପାଦୃଭାବ ଦେଖିବାକୁ ମିଳିଥାଏ । ଏହାକୁ ଦୂର କରିବା ପାଇଁ ଆପଣମାନେ ଅନେକ ଉପାୟ ଆପଣେଇଥିବେ । ହେଲେ ଆମେ ଆପଣଙ୍କୁ ଅସରପା ଦୂର କରିବା ପାଇଁ ସରଳ ଉପାୟ ବତେଇବୁ ।
ଯଦି ରୋଷେଇ ଘରେ ଅସରପା ହେଉଛନ୍ତି ତେବେ ଅସରପା ଯିବା ଆସିବା କରୁଥିବା ସ୍ଥାନରେ କିଛି ଚିନି କିମ୍ବା ମିକ୍ସଚର ରଖନ୍ତୁ। ଏହାସହ ପାଣିରେ ଅଳ୍ପ କିଛି ନିମ୍ବ ତେଲ ମିଶାନ୍ତୁ। ଅସରପା ଚଳପ୍ରଚଳ କରୁଥିବା ସ୍ଥାନରେ ଏହା ଛିଞ୍ଚି ଦିଅନ୍ତୁ ଦେଖିବେ ଅସରପା ଦୂରେଇଯିବ । ଏହାସହ ଘରର କୋଣ ମାନଙ୍କରରେ ଲୁଣ ପାଣି ଓ ପୁଦିନା ତେଲ ମିଶାଇ ପକାନ୍ତୁ। ଅସରପା ଯିବା ଆସିବା କରୁଥିବା ସ୍ଥାନରେ ଟମାଟୋ ରସ କିମ୍ବା କିଛି ଖଣ୍ଡ କାକୁଡି ରଖନ୍ତୁ। ଏହାଦ୍ୱାରା ଅସରପା ଘରୁ ଦୂରେଇଯିବେ ।