ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସନି ଦେଓଲଙ୍କ ଅଭିନୀତ ଫିଲ୍ମ ଗଦର-୨ । ଏହି ସିନେମା ହେଉଛି ୨୦୦୧ ମସିହାରେ ସନି ଦେଓଲଙ୍କ ସୁପରହିଟ୍ ସିନେମା ଗଦରର ଦ୍ୱିତୀୟ ଭାଗ । ଯାହା ଏବେ ଦେଶ ବିଦେଶରେ କମାଲ କରୁଛି ।
ଏହି ସିନେମା ୪୦୦ କୋଟି ଟଙ୍କା କଲେକସନ କରିବାରେ ମଧ୍ୟ ସଫଳ ହୋଇଛି । ସିନେମାର କାହାଣୀ ସହ ସିନେମାର ଡାଇଲଗ ଓ ଗୀତ ସହ ସନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପ୍ରଶଂସା କରୁଛନ୍ତି ।
ସୂଚନା ଅନୁଯାୟୀ, ସନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୀତ ଏହି ନୂଆ ସିନେମା ଗଦର-୨ ନୂଆ ସଂସଦ ଗୃହରେ ସ୍ୱତନ୍ତ୍ର ପ୍ରଦର୍ଶିତ ହେବ । ନୂଆ ସଂସଦ ଗୃହରେ ଏହି ସିନେମା ୩ ଦିନ ଧରି ସ୍ୱତନ୍ତ୍ର ପ୍ରଦର୍ଶିତ ହେବ । ଯାହାକୁ ୫୪୩ ଜଣ ସାଂସଦ ଦେଖିବେ । ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମା ଅଗଷ୍ଟ ୨୫ ତାରିଖ ତଥା ଆଜିଠାରୁ ୩ଦିନ ପର୍ୟ୍ୟନ୍ତ ସଂସଦର ନୂଆ ଗୃହରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି । ଗଦର ୨ର ନିର୍ଦ୍ଦେଶକ ଅନୀଲ ଶର୍ମା କହିଛନ୍ତି କି ସିନେମାଟିକୁ ସଂସଦରେ ପ୍ରଦର୍ଶନ କରିବାକୁ ସଂସଦ ତରଫରୁ ଏକ ମେଲ ପଠାଯାଇଥିଲା । ଯାହାକୁ ପାଇବା ପରେ ମୁଁ ବେଶ୍ ଗର୍ବ ଅନୁଭବ କରିଥିଲି କହିଛନ୍ତି ଅନୀଲ ଶର୍ମା ।