ଓଡ଼ିଶା 365 (ବ୍ୟୁରୋ) : ରାଜ୍ୟ ରାଜନୀତିରେ ରୋଚକ ମୋଡ଼ । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ଚିନ୍ତାରେ ସରକାରୀ ଦଳ । ବିଜେଡ଼ି ବିଧାୟକ ପ୍ରଦୀପଙ୍କ ଟାର୍ଗେଟରେ ଏବେ ମୁଖ୍ୟମନ୍ତ୍ରୀ । ସିଧାସଳଖପ୍ରଦୀପ ଦେଇଛନ୍ତିା ଖୋଲା ଚ୍ୟାଲେଞ୍ଚ । ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପ୍ରଦୀପ। ଟାଟା ଆନ୍ଦୋଳନରେ ସାମିଲ ହୋଇ ଲୋକଲୋଚନକୁ ଆସିଥିଲେ। ଏହାପରେ ସେ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ସେ ଯେଉଁ ଭଳି ଭାବେ ସଫଳତାର ପାହାଚ ଚଢ଼ିଥିଲେ ସେଥିରୁ ଖସିବେ ବୋଲି କେବେ ବି ଭାବି ନଥିଲେ, ହେଲେ ତାଙ୍କୁ ଭାଗ୍ୟ ସାଥ୍ ଦେଇନଥିଲେ। ବିବାଦୀୟ ଘଟଣାକ୍ରମେ ଦଳରୁ ବହିଷ୍କୃତ ହୋଇ ଶେଷରେ ପ୍ରଦୀପଙ୍କୁ ଗିରଫ ହେବାକୁ ପଡ଼ିଥିଲା।
ପ୍ରଦୀପ ୧୯୮୭ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ସଭାପତି ରହିଥିଲେ । ପରେ ୧୯୯୭ ମସିହାରେ ଗୋପାଳପୁର ଟାଟା ପ୍ରକଳ୍ପ ସପକ୍ଷବାଦୀ ଆନ୍ଦୋଳନରେ ସାମିଲ ହୋଇ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏହାପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭଙ୍କ ସଂସ୍ପର୍ଶରେ ଆସି ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପୁଣି୨୦୦୪-୦୫ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଂଜିଳି ନିର୍ବାଚନମଣ୍ଡଳୀର ପ୍ରତିନିଧି ହୋଇ ଜିଲ୍ଲାରେ ନିଜର ଦବ୍ଦବା ଜାହିର କରିଥିଲେ । ତେବେ ୨୦୦୯ ମସିହା ଗୋପାଳପୁର ବିଧାନସଭା କ୍ଷେତ୍ରରୁ ବିଜେଡିରୁ ଲଢ଼ି ପ୍ରଥମଥର ବିଧାୟକ ହୋଇଥିଲେ। ପୁଣି ୨୦୧୪ ମସିହାରେ ଦ୍ବିତୀୟ ଥର ପାଇଁ ଗୋପାଳପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇ ଉଚ୍ଚଶିକ୍ଷାମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହି ପାଳିର ଅଧାରେ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ତେବେ ୨୦୧୮ ମସିହାରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଭାବେ ମନୋନୀତ ହେବା ସହ ଗଞ୍ଜାମ ଗଜପତି ଜିଲ୍ଲାର ସାଧାରଣ ମଙ୍ଗ ଧରିଥିଲେ ପ୍ରଦୀପ । ୨୦୧୯ ମସିହା ପୁଣି ତୃତୀୟ ଥର ଲାଗି ପ୍ରଦୀପ ବିଧାୟକ ହୋଇଥିଲେ।
ବୈଠକରେ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲେ । ମାର୍ଚ୍ଚ ମାସରେ କୋଭିଡ୍ କଟକଣା ଆରମ୍ଭ ହୋଇଥିଲା। ଜିଲ୍ଲାରେ କୋଭିଡ୍ ପରିଚାଳନା ଉପରେ ବିଧାୟକ ପ୍ରଦୀପ ଅଙ୍ଗୁଳି ନିର୍ଦ୍ଦେଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏହା ତାଙ୍କ ରାଜନୈତିକ ଜୀବନରେ ଏକ ଟର୍ଣ୍ଣିଂ ପଏଣ୍ଟ୍ ଥିଲା ବୋଲି କୁହିଲେ କିଛି ଭୁଲହେବନାହିଁ । ୨୭ ନଭେମ୍ବର ୨୦୧୯ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହୋଇଥିଲେ। ଟାଟା ମୋଟର୍ସ ଠକେଇ ଘଟଣାରେ ଆକାଶ ଛନ୍ଦି ହୋଇଥିଲେ।
ଆକାଶଙ୍କ ସହିତ ପ୍ରଦୀପଙ୍କ ଝିଅଙ୍କ ନିର୍ବନ୍ଧ ହୋଇଥିଲା ଏବଂ ବାହାଘର ପାଇଁ ତାରିଖ ଧାର୍ଯ୍ୟ ହୋଇସାରିଥିଲା। କିନ୍ତୁ ଟାଟା ମୋଟର୍ସ ଚାକିରି ଠକେଇରେ ପ୍ରଦୀପଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ବିଜେଡି ତରଫରୁ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରି ଦିଆଯାଇଥିଲା। ଏହାପରେ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଥିଲା। ଶେଷରେ ତାଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା। ଅୟସ ଜୀବନରୁ ସେ ସିଦ୍ଧା ଜେଲର ଚାରିକାନ୍ଥରେ ଜୀବନ କଟିଥିଲେ । ଆଉ ସେହିସମୟରେ ବେସ୍ ରାଜନୈତିକ ଚର୍ଚ୍ଚା ଜୋରଧରିଥିଲା । ଏବେ ବ୍ୟାକଫୁଟକୁ ଫେରିଛନ୍ତି ପ୍ରଦୀପ । ପୁରା ଦୁଇଦିନ ହେବ ମିଡିଆର ବ୍ରେକିଙ୍ଗ ଖବର ପାଲଟିଛନ୍ତି । ଖାଲିସେତିକି ନୁହେଁ ବରଂ ସରକାରଙ୍କୁବି ପିଆଇ ସାରିଲେଣି ଠେକିଏ ପାଣି ।