ଓଡ଼ିଶା 365 (ବ୍ୟୁରୋ): ଜଳ ହିଁ ଜୀବନ । ଜଳ ବିନା ଜୀବନ ଜିଇଁବା କଷ୍ଟକର ହୋଇପଡ଼େ । ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ , ଗଛଲତା ସମସ୍ତଙ୍କର ଜଳର ଆବଶ୍ୟକତା ରହିଥାଏ । ହେଲେ ଆମେ ଆପଣଙ୍କୁ ଏମିତି ଏକ ପଶୁର ନାଁ କହିବୁ ଯିଏ ଜଳ ବିନା ସାରା ଜୀବନ ବଞ୍ଚିପାରେ । ଏହା ଦେଖିବାକୁ ହରିଣ ପରି ହେଲେ ଏହାର ବେକ ଓ ଗୋଡ଼ ଅଧିକ ଲମ୍ବା ହୋଇଥିବାବେଳେ ମୁଣ୍ଡର ଆକାର ଛୋଟ ଏବଂ ଆଖି ଓ କାନ ମଧ୍ୟ ବହୁତ ବଡ଼ ହୋଇଥାଏ । ଏହାସହ ଏହି ପଶୁ ନିଜର ଦୁଇଟି ପଛ ଗୋଡ଼ରେ ଛିଡ଼ା ହୋଇପାରେ। ଡାଳପତ୍ରରୁ ସେ ଆବଶ୍ୟକ ଜଳୀୟ ଅଂଶ ହାସଲ କରିପାରେ। ଏହାର ନାସା ଗହ୍ବରର ଗଢ଼ଣ ଏପରି ଯେ ତାହା ଦ୍ବାରା ଅଧିକ ଜଳ ବାଷ୍ପୀଭୂତ ହୁଏ ନାହିଁ। ତେଣୁ ମରୁଭୂମି ଓ ଶୁଷ୍କ ସ୍ଥାନରେ ରହିବାରେ ମଧ୍ୟ ତାକୁ କିଛି ସମସ୍ୟା ହୋଇନଥାଏ । ସୋମାଲି ଭାଷାରେ ‘ଜେନେରୁକ୍’ର ଅର୍ଥ ହେଉଛି ଜିରାଫ ଭଳି ବେକଧାରୀ ଜୀବ। ଖାଦ୍ୟ ଅଭ୍ୟାସ ଓ ସ୍ବତନ୍ତ୍ର ଧରଣର ନାକ ଯୋଗୁଁ ଜେନେରୁକ୍କୁ ପାଣି ଖୋଜିବାକୁ ପଡ଼ିନଥାଏ ।