ଓଡ଼ିଶା 365 (ବ୍ୟୁରୋ): ବର୍ତ୍ତମାନ ସମୟରେ ଛୋଟ ଠାରୁ ବୃଦ୍ଧ ସମସ୍ତେ ମୋଜା ବ୍ୟବହାର କରିଥାନ୍ତି । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ସଦାସର୍ବଦା ମୋଜା ପିନ୍ଧିବାକୁ ପସନ୍ଦ କରଥାନ୍ତି । ଆଉ କେହି କେବଳ ଶୀତ ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ ଶୀତଦିନେ ମୋଜା ପିନ୍ଧିଥାନ୍ତି ତ ଆଉ କେହି ମୋଜା ବିନା ବାହାରକୁ ଯିବାକୁ ପସନ୍ଦ କରିନଥାନ୍ତି । ଆପଣ ଜାଣନ୍ତି କି, ମୋଜା ପିନ୍ଧିବା ଦ୍ୱାରା ଆମକୁ ଅନେକ ଫାଇଦା ମିଳିଥାଏ । ଯଦି ଆପଣ ସଦାସର୍ବଦା ମୋଜା ପିନ୍ଧୁଛନ୍ତି ତାହେଲେ ଆପଣଙ୍କର ପାଦ ବେଶୀ ଧୂଳିମଳି ସଂସ୍ପର୍ଶରେ ଆସିନଥାଏ ଯାହାଦ୍ୱାରା ପାଦ ଫାଟିନଥାଏ ଏବଂ ପାଦ କୋମଳ ରହିଥାଏ।
ଏହାସହ ଯଦି ଆପଣଙ୍କର ପାଦ ସକାଳୁ ଶୁଷ୍କ ହୋଇଯାଉଛି ତାହେଲେ ରାତିରେ ସୋରିଷ ତେଲ ମାଲିଶ୍ କରିବା ସହ ମୋଜା ପିନ୍ଧି ଶୋଇବାର ଅଭ୍ୟାସ କରନ୍ତୁ। ଅନ୍ୟପଟେ ଶୀତଦିନେ ମୋଜା ପିନ୍ଧିବା ଦ୍ୱାରା ଗରମ ରୁହେ ଯାହା ଫଳରେ ଦେହ ମଧ୍ୟ ଗରମ ରହିଥାଏ । ଏହାସହ ପାଦ ମଧ୍ୟ ଅଧିକ ସୁନ୍ଦର ଦେଖାଯାଇଥାଏ ।