ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ର ପରେ ସୂର୍ଯ୍ୟ ଉପରେ ଲକ୍ଷ ରଖିଛି ଭାରତ । ଚନ୍ଦ୍ରଯାନ -୩ କୁ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରି ଇତିହାସ ସୃଷ୍ଟି କରିଛି ଇସ୍ରୋ । ବର୍ତ୍ତମାନ ଇସ୍ରୋର ମିଶନ୍ ସନ୍ ଅଧୀନରେ ସୂର୍ୟ୍ୟଙ୍କ ନିକଟରେ ପହଞ୍ଚିବାକୁ ପ୍ରସ୍ତୁତ ହେଉଛି । ସେପ୍ଟେମ୍ବର ୨ ରେ, ସତୀଶ ଧାୱନ ସ୍ପେସ୍ ସେଣ୍ଟର ଶ୍ରୀହାରିକୋଟା ଠାରୁ ଆଦିତ୍ୟ- ଏଲ୧ ଲଞ୍ଚ କରିବ ଇସ୍ରୋ । ଇସ୍ରୋ ର ଆଦିତ୍ୟ ଏଲ୧ ମିଶନ୍ ହେଉଛି ଭାରତୀୟ ସ୍ପେସ୍ ଏଜେନ୍ସିର ସବୁଠାରୁ କଷ୍ଟକର ମିଶନ୍। ଇସ୍ରୋ ମୁଖ୍ୟ ଏସ ସୋମନାଥ ମଧ୍ୟ କହିଛନ୍ତି ଯେ ଭାରତ ବର୍ତ୍ତମାନ ସୂର୍ୟ୍ୟଙ୍କ ଉପରେ ପ୍ରସ୍ତୁତି ଚଳାଇଛି । ସେ କହିଛନ୍ତି, “ଗତ କିଛି ମାସ ହେବ ମହାକାଶ ଏଜେନ୍ସିର ଧ୍ୟାନ ଚନ୍ଦ୍ରଯାନ -୩ ଉପରେ ଥିଲା। ଇସ୍ରୋ ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ କାମ କରୁଛି ଯାହା ଆସନ୍ତା ମାସରେ ଉଡ଼ିବାକୁ ପ୍ରସ୍ତୁତ ।