ଓଡ଼ିଶା 365 (ବ୍ୟୁରୋ) : ବର୍ତ୍ତମାନ ସମୟର ଖାଦ୍ୟପ୍ରଣାଳୀ ଆମ ଶରୀର ଉପରେ ଅନେକ କୁପ୍ରଭାବ ପକାଉଛି । ଯେଉଁଥିପାଇଁ ବିଭିନ୍ନ ସମୟରେ ଅନେକ ରୋଗ ଆମ ଶରୀରରେ ପ୍ରବେଶ କରୁଛି । ଯାହାଫଳରେ ଆପଣଙ୍କ ଶରୀର ଦୁର୍ବଳ ହେବାସହ ହାଡ଼ ମଧ୍ୟ ଦୁର୍ବଳ ହୋଇଯାଇଥାଏ । ଫୁଡ୍ ଓ ନ୍ୟୁଟ୍ରିସନ୍ ଏକ୍ସପର୍ଟଙ୍କ କହିବା ଅନୁସାରେ ଏମିତି ଅନେକ ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ବାରା କ୍ୟାଲସିୟମ୍ ଓ ଭିଟାମିନ୍ ଡି’ ସଠିକ୍ ପରିମାଣରେ ଆମ ଶରୀରକୁ ମିଳିନଥାଏ । ଯାହାଦ୍ୱାରା ଶରୀର ଧୀରେ ଧୀରେ ଅସୁସ୍ଥ ହୋଇଯାଇଥାଏ ।
କେଉଁ ଖାଦ୍ୟ ହାଡ଼ ଉପରେ ପ୍ରଭାବ ପକାଏ :
ଅଧିକ ଲୁଣ ଖାଇବା: ସୁସ୍ଥ ହାଡ ପାଇଁ କ୍ୟାଲସିୟମର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ହେଲେ ଅଧିକାଂଶ ଲୋକ ନିଜ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ଆପଣଙ୍କ ଶରୀରରେ କ୍ୟାଲସିୟମର ମାତ୍ରା ଶୀଘ୍ର କମିବା ଆରମ୍ଭ ହୋଇଯାଏ । ତେଣୁ ଖାଦ୍ୟ ଖାଇବା ସମୟରେ ଲୁଣର ପରିମାଣ କମ୍ କରନ୍ତୁ ।
ଅଧିକ ପ୍ରୋଟିନ୍ ଖାଇବା: ଅଧିକାଂଶ ଲୋକ ଶରୀରକୁ ସୁସ୍ଥ ରଖିବା ପାଇଁ ସବୁବେଳେ ପ୍ରୋଟିନ୍ ଖାଇଥାନ୍ତି । ହେଲେ ଅଧିକ ପ୍ରୋଟିନ ଖାଇବା ଫଳରେ ହାଡ଼ ଦୁର୍ବଳ ହେବାସହ ଆପଣଙ୍କୁ ଯନ୍ତ୍ରଣା ହୋଇଥାଏ । ତେଣୁ ଆବଶ୍ୟକ ପରିମାଣର ପ୍ରୋଟିନ୍ ଖାଆନ୍ତୁ ।
ଧୂମପାନ କରିବା: ବର୍ତ୍ତମାନ ସମୟରେ ଧୂମପାନ ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି । ଛୋଟ ଠାରୁ ବୟସ୍କ ସମସ୍ତେ ଧୂମପାନ ସେବନ କରୁଛନ୍ତି । ଆପଣଙ୍କର ଏହି ଅଭ୍ୟାସ ହାଡ଼ ସମେତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ କ୍ଷତିକାରକ ହୋଇଥାଏ ।