ଓଡ଼ିଶା 365 (ବ୍ୟୁରୋ): ଛାତ୍ରଛାତ୍ରୀଙ୍କୁ ପାଠ ପଛ ସଚିବଙ୍କ ସଭାକୁ ଯିବା ଆଗ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛନ୍ତି ରାଜ୍ୟ ସରକାର। ମୁଣ୍ଡ ଉପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବା ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତରେ ଛାତ୍ରଛାତ୍ରୀଙ୍କୁ ସାମିଲ କରପାଯାଉଛି। ଫଳରେ କେଉଁଠି ଛାତ୍ରଛାତ୍ରୀ ବର୍ଷାରେ ଭିଜୁଛନ୍ତି ତ କେଉଁଠି ଛାତ୍ରଛାତ୍ରୀ ଦୁର୍ଘଟଣାର ଶୀକାର ହେଉଛନ୍ତି।
ଗଞ୍ଜାମ ଗସ୍ତରେ ଅଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ। ଏହାଲ ପୂର୍ବରୁ ପ୍ରଶାସନ ପଭରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ଛାତ୍ରଛାତ୍ରୀଙ୍କୁ ବ୍ୟାଗ ଓ କଲମ ନେବାକୁ ବାରଣ କରାଯାଇଛି । ପିଲାମାନଙ୍କ ଠାରୁ ବ୍ୟାଗ ଓ କଲମ କାଢିନେଇଛନ୍ତି । ପୁରୀ ସତ୍ୟବାଦୀରେ ସଚିବଙ୍କୁ କାଳିମାଡ ପରେ ପ୍ରଶାସନ ଛାତିରେ ଛନକା ପଶିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ପୁଲିସ । ପିଲାମାନଙ୍କୁ ଭଲ ଭାବେ ଯାଞ୍ଚ କରି ସଭା ସ୍ଥଳକୁ ଛଡାଯାଉଥିବାର ଭିଡିଓ ସାମ୍ନାକୁ ଆସିଛି । ଆଜି ସକାଳେ ସଚିବଙ୍କ ସଭାସ୍ଥଳକୁ ଯାଉଥିବା ବେଳେ ଜଣେ କଲେଜ ଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସାଇକେଲରେ ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ତାଙ୍କୁ ଧକ୍କା ଦେଇଥିଲା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣାର ଶିକାର ହୋଇଥିବା ଛାତ୍ରୀ ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ।