ଓଡ଼ିଶା 365 (ବ୍ୟୁରୋ) : ଚାଲିଛି ଯୋଡାଶ୍ରାବଣ, ଶ୍ରାବଣର ଶେଷ ସୋମବାର ଲାଗୁଛି ସମସ୍ତ ଶୈବପୀଠରେ ପ୍ରବଳ ଭିଡ । ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରାଠାରେ ଅବସ୍ଥିତ ବାବାଙ୍କ ମନ୍ଦିର । ଜଗତସିଂହପୁର ଅନ୍ତର୍ଗତ କେରକେରା ଗ୍ରାମର ଆରାଧ୍ୟ ଦେବତା ବାବା ଗୋରଖନାଥ, ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ । ଲୋକବିଶ୍ୱାସ ଅନୁଯାଇ ନାଥ ସମ୍ପ୍ରଦାୟର ଗୋରଖନାଥକୁ ଅଭିହିତ କରି ମନ୍ଦିରଟିର ସୃଷ୍ଟି । ମନ୍ଦିରରେ ବାବା ଦୀର୍ଘ ଦୁଇଶହ ବର୍ଷ ପୁର୍ବରୁ ପୁଜା ପାଉଛନ୍ତି । ମନ୍ଦିର ତିଆରି ହୋଇ ନଥିବା ବହୁ ପୁର୍ବରୁ ମଧ୍ୟ ବାବା ଏଠାରେ ପୁଜା ପାଉଥିଲେ ।
ଲୋକକଥା ଅନୁଯାୟୀ ସର୍ପାଘାତରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ବାବାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ । କୁହାଯାଏ ଡାକ୍ତରଖାନାରୁ ଫେରି ଆସିଥିବା ପୀଡ଼ିତ ବ୍ୟକ୍ତିର ଏଠାରେ ସତିଆ ହୂକୁମରେ ବିଷ ହରଣ ହୋଇଯାଏ ।
ସର୍ପାଘାତ ପାଇଥିବା ବ୍ୟକ୍ତି ମନ୍ଦିର ପ୍ରାଙ୍ଗଣରେ ଥିବା ପୋଖରିରେ ଗୋଡଧୋଇ ଆସି ବାବାଙ୍କ ପାଖରେ ସରଣ ପଶନ୍ତି । ସରଣ ରହିବାର କିଛି ସମୟ ପରେ ବାବାଙ୍କ ପଛରେ ଥିବା ବଡ଼ ଝିଟିପିଟି ସତିଆ ଡାକ ଦେବାପରେ ହୁକୁମ କାମକରେ ଓ ବିଷ ହରଣ ହୁଏ । ସତିଆ ଡାକ ପରେ ପିଡ଼ିତଙ୍କୁ ବାବାଙ୍କ ବିଭୁତି ଦିଆଯାଇଥାଏ । ଏହାଦ୍ୱାରା ସର୍ପର ସମସ୍ତ ବିଷ ହରଣ ହୋଇଯାଏ ବୋଲି ଅନେକ ପ୍ରମାଣ ମଧ୍ୟ ରହିଛି । ଠିକ ସେହିପରି ମନ୍ଦିରର ପ୍ରାଙ୍ଗଣରେ ଥିବା ବଟବୃକ୍ଷରେ ଡୋରି ବାନ୍ଧିବାଦ୍ୱାରା ସନ୍ତାନ ସନ୍ତତି ହେଉନଥିବା ମହିଳାମାନଙ୍କ ସନ୍ତାନ ପ୍ରାପ୍ତି ହେବା ସହ ମନୋବାଞ୍ଛା ମଧ୍ୟ ପୁରଣ ହେଉଥିବା କଥାରହିଛି । ବାବାଙ୍କର ମହିମା ପାଇଁ ପାଖ ଜିଲ୍ଲା ତଥା ରଜ୍ୟ ବାହାରୁ ମଧ୍ୟ ଭକ୍ତ ଏଠାକୁ ଆସିଥାନ୍ତି । ଗୋରେଖନାଥଙ୍କ ପିଠରେ ମହାଶିବରାତ୍ରି ଓ ମାଘମାସ ଅଗ୍ନି ଉତ୍ସବ ପାଳନ ହୁଏ । ଏହାଛଡା ବାବାଙ୍କ ପିଠରେ ବିବାହ, ବ୍ରତ ଚୁଟି ପକାଇବା ଭଳି ଅନେକ ପୂଜା କାର୍ଯ୍ୟ ମଧ୍ୟ କରାଯାଏ । ଖାଲି ସେତିକି ନୁହେଁ ପ୍ରତିବର୍ଷ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ଭକ୍ତ ଭୋଳାନାଥଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।