ଓଡ଼ିଶା 365 (ବ୍ୟୁରୋ): ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ ଗଞ୍ଜାମ ଅଭିମୁଖେ ଯାଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଖୋର୍ଦ୍ଧା ଓ ବିଭିନ୍ନ ଯାଗାରେ ତାଙ୍କୁ ରୋକିବା ପାଇଁ କିଛି ଲୋକ ରଖାଯାଇଥିବା ସେ ଶୁଣୁଥିିବା କହିଛନ୍ତି । ଯଦି ତାଙ୍କର କିଛି ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶାସନ କର୍ତ୍ତା ହିସାବରେ, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜି ପୋଲିସ ଏବଂ ସମସ୍ତ ଏସପି ସମ୍ପୂର୍ଣ୍ଣ ଦାୟୀ ରହିବେ । ସେ କହିଛନ୍ତି ଯଦି ତାଙ୍କର କିଛି ହୁଏ ଓଡ଼ିଶାର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳିବ ।
ସୂଚନାଯୋଗ୍ୟ, ଫାଇଭ-ଟି ସଚିବଙ୍କ ଗସ୍ତ ଗଞ୍ଜାମ ଗସ୍ତକୁ ନେଇ ରାଜଧାନୀରେ ପ୍ରେସମିଟ୍ କରି ବର୍ଷିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସଚିବଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ, ସେ ନିମନ୍ତ୍ରଣ ନଥିଲେ ବି ସଚିବଙ୍କ ସଭାସ୍ଥଳକୁ ଯିବେ । ତାଙ୍କ ଯିବା ବାଟରେ ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ।