ଓଡ଼ିଶା 365 (ବ୍ୟୁରୋ) : ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ
ଗୋଟିଏ ମଞ୍ଚରେ ଏକାଠୀ ହୋଇଛନ୍ତି ବିଶ୍ବର ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ । ଭାରତ –ଚୀନ ସମ୍ପର୍କ କଥା ଉଠିଲେ ବନ୍ଧୁତା କମ ତିକ୍ତତା ବେଶୀ ଆସେ ସାମ୍ମନାକୁ। ଅନେକ ଥର ଭାରତ ଶାନ୍ତି ଚାହିଁଛି,ଦୀର୍ଘଦିନ ଧରି ଚୀନ୍ ଓ ଭାରତ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ସମସ୍ୟାର ସମାଧାନ ପାଇଁ ଖୋଲିଛି ବାଟ । ଏନେଇ ଦୁଇ ନେତାଙ୍କ ମଧ୍ୟରେ ସୀମାରେ ଶାନ୍ତି ପ୍ରକ୍ରିୟା ଜାରି ରଖିବାକୁ ସହମତି ମିଳିଛି।। ମୁଖ୍ୟତଃ ସୀମାରେ ଶାନ୍ତି ପ୍ରକ୍ରିୟା ଜାରି ରଖିବା ଏବଂ ଉତ୍ତେଜନା ହ୍ରାସ ପାଇଁ ସେନା ପ୍ରତ୍ୟାହାରକୁ ଗୁରୁତ୍ବ ଦେଇଛନ୍ତି ୨ ନେତା ।ଗୋଟିଏ ମଞ୍ଚରେ ମୋଦୀ ଏବଂ ଜିନପିଙ୍ଗ ପରସ୍ପର ସହ ହାତ ମିଳାଇଥିଲେ। ୩ ବର୍ଷ ଧରି ଲାଇନ୍ ଅଫ୍ ଆକ୍ଟୁଆଲ୍ କଟ୍ରୋଂଲରେ ଚାଲିଥିବା ବିବାଦ କାରଣରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ପୂର୍ବ ଲଦାଖରେ ସୀମା ସମସ୍ୟାର ସମାଧାନ ପାଇଁ ୨୦୨୦ ପରଠାରୁ ଉଭୟ ପକ୍ଷ ୧୯ ରାଉଣ୍ଡ ଆଲୋଚନା କରିଛନ୍ତି, କିନ୍ତୁ କୈଣସି ସମାଧାନ ହୋଇପାରି ନଥିଲା । ବ୍ରିକ୍ସ ବିଜନେସ ଫୋରମ୍ରେ ମୋଦୀ ଉଦ୍ବୋଧନ ଦେଇଥିଲେ। କିନ୍ତୁ ଜିନପିଙ୍ଗ କାର୍ଯ୍ୟକ୍ରମରେ ଯୋଗ ନଦେଇ ତାଙ୍କ ପରିବର୍ତ୍ତେ ତାଙ୍କ ବାଣିଜ୍ୟ ମନ୍ତ୍ରୀ ୱାଙ୍ଗ ୱେଣ୍ଟାଓଙ୍କୁ ପଠାଇଥିଲେ। ତେବେ ବ୍ରିକ୍ସ ସମ୍ମିଳନୀ ଅବସରରେ ମୋଦୀ-ଜିନପିଙ୍ଗ ମଧ୍ୟରେ ଆଲୋଚନା ବେଶ ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଚର୍ଚ୍ଚା ଜୋର ଧରିଛି । ବ୍ରିକ୍ସ ସମ୍ମଳିନୀରେ ଚୀନକୁ ଐତିହାସିକ ବନ୍ଧୁ ରାଷ୍ଟ୍ର ବୋଲି କହି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ ସବୁବେଳେ ଶାନ୍ତିର ବାର୍ତ୍ତା ଦେଇଆସୁଥିବାବେଳେ ଚୀନର ଦୋମୁହାଁ ନୀତି ଅନେକ ଥର ସାମ୍ମନାକୁ ଆସିଛି। କେବଳ ଦେଖିବାକୁ ବାକି ରହିଲା ଚୀନ ଭାରତ ମଧ୍ୟରେ ଏ ଦ୍ବୁଇ ପାକ୍ଷିକ ଆଲୋଚନା ସଫଳ ହେଉଛି ପୁଣି ଏଣ୍ଡୁଅ ହୋଇ ରଙ୍ଗବଳାଉଛି ଚୀନ। ସତାହା ଦେଖିବାକୁ ବାକି ରହିଲା ।