ଓଡ଼ିଶା 365 (ବ୍ୟୁରୋ) : ପୁଣି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡ଼ୁଆ ବଢିବାରେ ଲାଗିଛି । ନିର୍ବାଚନରେ ଷଡଯନ୍ତ୍ର ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ୨୦୨୦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ତାଙ୍କ ବିରୋଧରେ ଲାଗିଛି ୧୩ଟି ଦଫା ଲାଗିଛି । ତେବେ ଗିରଫ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଯାଇଛି । ୨ ଲକ୍ଷ ଡଲାର ବେଲ ବଣ୍ଡରେ ତାଙ୍କୁ ଛଡାଯାଇଛି । ୨୦୨୦ ଆମେରିକା ନିର୍ବାଚନ ଫଳାଫଳରେ ଡୋନାଲ୍ଡ ଟ୍ରମ୍ପ ହାରିବା ପରିସ୍ଥିତି ଆସିବାରୁ ହିଂସା ପାଇଁ ଉଷୁକାଇଥିଲେ । ତାଙ୍କର ସମର୍ଥକମାନେ ପୁଲିସ ସୁରକ୍ଷା ବଳୟ ଭାଙ୍ଗି ହ୍ୱାଇଟ ହାଉସ ଭିତରେ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।