ଓଡ଼ିଶା 365 (ବ୍ୟୁରୋ) : ଗ୍ରୀସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ କରି ଗ୍ରୀସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଥେନ୍ସ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ୪୦ ବର୍ଷ ପରେ ପ୍ରଥମ ଭାରତର ପ୍ରଧାନମନ୍ତ୍ରୀ ଭାବେ ଗ୍ରୀସ ଗସ୍ତ କରିଛନ୍ତି ମେଦି । ଅଥେନ୍ସ ବିମାନ ବନ୍ଦରରେ ପହଂଚିବା ପରେ ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବିମାନ ବନ୍ଦରେ ପ୍ରବାସି ଭାରତୀୟ ମାନେ ମଧ୍ୟ ମୋଦିଙ୍କୁ ସ୍ୱାଗତ ଜଣାଇଛନ୍ତି । ପ୍ରବାସି ଭାରତୀୟ ମାନେ ମୋଦି ମୋଦି ନାରା ନେଇ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଗ୍ରୀସ ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। । ଏହା ପରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ। ଏହା ବ୍ୟତୀତ ସେ ଉଭୟ ଦେଶର ବ୍ୟବସାୟ ସମ୍ପ୍ରଦାୟ ଏବଂ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିବେ। ମୋଦିଙ୍କ ଏହି ଗସ୍ତ ଉଭୟ ଦେଶର କୁଟନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି ।