ଓଡ଼ିଶା 365 (ବ୍ୟୁରୋ) : ୨୦୨୩ ମସିହା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଏଥିରେ ତିନି ଜଣଙ୍କ ନାଁ ସ୍ଥାନ ପାଇଛି । ଅଭିନେତ୍ରୀ ଆଲ୍ଲିଆ ଭଟ୍ଟ, କ୍ରିତୀ ସାନନ ଓ ଅଲ୍ଲୁ ଅର୍ଜୁନ । ଚଳିତବର୍ଷ ଶ୍ରେଷ୍ଠ କଳାକାର ଭାବେ ଅଭିନେତ୍ରୀ ଆଲ୍ଲିଆ ଭଟ୍ଟଙ୍କୁ ଗଙ୍ଗୁବାଇ କାଠିଆୱାଡୀ ଓ କ୍ରିତୀ ସାନନଙ୍କୁ ‘ମିମି’ ପାଇଁ ପୁରସ୍କୃତ କରାଯାଇଛି । ଠିକ୍ ସେହିଭଳି ଅଲ୍ଲୁ ଅର୍ଜୁନଙ୍କୁ ‘ପୁଷ୍ପା’ ସିନେମା ପାଇଁ ଶ୍ରେଷ୍ଠ କଳାକାର ଭାବେ ଚୟନ କରାଯାଇଛି । ଏହାସହ ଭିନ୍ନ ଭିନ୍ନ କାଟାଗୋରୀ ପାଇଁ ମଧ୍ୟ ନାମ ଘୋଷଣା କରାଯାଇଛି ।
ଅନ୍ୟପଟେ ଆରଆରଆରକୁ ଶ୍ରେଷ୍ଠ ଚଳଚିତ୍ର । ରକେଟ୍ରି : ଦ ନମ୍ବି ଇଫେକ୍ଟକୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର , ପୁଷ୍ପା ଓ ଆରଆରଆରକୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର , ଗଙ୍ଗୁବାଇ କାଠିଆୱାଡୀ ସିନେମା ପାଇଁ ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି ।