ଓଡ଼ିଶା 365 (ବ୍ୟୁରୋ): ରାୟଗଡ଼ାର କୁବେର DFO ବିଜୟ କୁମାରଙ୍କର ଅମାପ ସମ୍ପତ୍ତି। ମାଳ ମାଳ ପ୍ଲଟ ଓ ଫ୍ଲାଟ୍ ଡିଏଫ୍ଓ ବିଜୟ କୁମାର ପରିଡାଙ୍କ ନାଁରେ ରହିଛି। ଯାହା ଭିଜିଲାନ୍ସ ରେଡ୍ ପରେ ଖୁଲାସା ହୋଇଛି। ଚଢାଉ ବେଳେ ଭିଜିଲାନ୍ସ ବିଜୟଙ୍କର କଟକ, ପୁରୀ, ଭୁବନେଶ୍ବର ଓ ଯାଜପୁରର ପ୍ରାଇମ୍ ଲୋକେସନରେ ୧୬ଟି ପ୍ଲଟ ରହିଥିବା ଠାବ କରିଛି।
କହିରଖୁ କି, ରାୟଗଡ଼ାର କୁବେର DFO ବିଜୟ କୁମାରଙ୍କ ବିଭିନ୍ନ ସ୍ଥାନରେ ରେଡ ବେଳେ ଭିଜିଲାନ୍ସ ଠାବ କରିଛି- କଟକରେ ଗୋଟିଏ ଚାରି ମହଲା ନିର୍ମାଣଧୀନ କୋଠା ଯାହାର ଦାମ୍ କୋଟିଏ ୮୦ ଲକ୍ଷ ଟଙ୍କା ହେବ ଓ ଭୁବନେଶ୍ବର ପଳାଶୁଣୀରେ ୫ହଜାର ଶହେ ବର୍ଗଫୁଟର ଗୋଟିଏ ତିନି ମହଲା ବିଲଡିଂ ଯାହାର ମୂଲ୍ୟ ୭୦ ଲକ୍ଷ ଟଂକା ହେବ । ସେହିପରି ଭୁବନେଶ୍ବର କଳାରାହାଙ୍ଗରେ ଅଛି ଗୋଟିଏ ଫ୍ଲାଟ । ଏହା ବାଆଦେ ବିଜୟଙ୍କ ଘରୁ ଜବତ ହୋଇଛି ନଗଦ ୧ ଲକ୍ଷ ୨୪ ହଜାର ଟଙ୍କା । ରେଡ୍ ବେଳେ ମିଳିଛି ପ୍ରାୟ ୬୫୦ ଗ୍ରାମ୍ ସୁନା ଅଳଙ୍କାର । ତାଙ୍କର ଗୋଟିଓ ଚାରି ଚକିଆ, ୨ଟି ଦୁଇଚକିଆ, ବ୍ୟାଙ୍କ ଓ ବୀମା ଜମା ଜବତ କରିଛି ଭିଜିଲାନ୍ସ। ବିଜୟ କୁମାର ପରିଡାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡାରେ ସରକାରୀ ବାସଭବନ, ଅଫିସ ସମେତ ଖୋର୍ଦ୍ଧା,କଟକ, ଯାଜପୁରର ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। ଡିଏଫଓ ବିଜୟ ପରିଡାଙ୍କୁ ଗିରଫ ପରେ ଭିଜିଲାନ୍ସ ନିଜ ହେପାଜତକୁ ନେଇ ଖୋଳତାଡ କରୁଛି ।