ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରି ଇତିହାସ ରହିଛି ଭାରତ । ଚନ୍ଦ୍ରଯାନ-୩ ମିସନ୍ ସଫଳ ହେବା ପରେ ଏବେ ଚନ୍ଦ୍ରଯାନ-୪ ଉପରେ ସମସ୍ତଙ୍କ ନଜର ରହିଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏବଂ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି ଚନ୍ଦ୍ରଯାନ-୪ ମିଶନ ବା ଲୁପେକ୍ସ (ଲୁନାର ପୋଲାର ଏକ୍ସପ୍ଲୋରେସନ୍ ମିସନ୍) ଲଞ୍ଚ୍ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି । ଚନ୍ଦ୍ରରେ ଜଳ ସ୍ଥିତି ସଂକ୍ରାନ୍ତ ସବୁ ତଥ୍ୟ ହାସଲ ଲକ୍ଷ୍ୟରେ ଚନ୍ଦ୍ରଯାନ-୪ ଲଞ୍ଚ୍ କରାଯିବ। ଚନ୍ଦ୍ରରେ ଜଳ ଥିଲେ ଏହା ମହାକାଶ ଅଧ୍ୟୟନ କ୍ଷେତ୍ରରେ ଏବଂ ବିଶେଷ କରି ମାନବ ଉପସ୍ଥିତି ପାଇଁ ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିବ। ଲୁପେକ୍ସ ଏସବୁ ଜଟିଳ ପ୍ରଶ୍ନର ଉତ୍ତର ଦେବ। ଲୁପେକ୍ସର ପ୍ରଥମ ଲକ୍ଷ୍ୟ ହେଉଛି ଲୁନାର ପୋଲାର୍ ଅଞ୍ଚଳରେ ଜଳ ସମ୍ପଦ ଉପରେ ଅଧ୍ୟୟନ କରିବ। ୨ଟି ମୌଳିକ ଉପାୟରେ ତଥା ଚନ୍ଦ୍ରରେ ଜଳ ସମ୍ପଦର ପରିମାଣ ଏବଂ ଏହାର ମାନ ନିର୍ଣ୍ଣୟ କରିବା ଏହି ମିସନ୍ର ଲକ୍ଷ୍ୟ ବୋଲି ଜଣାପଡ଼ିଛି ।