ଓଡ଼ିଶା 365 (ବ୍ୟୁରୋ): ଖାଲ ଖମାରେ ଭର୍ତ୍ତି ୪୯ ନଂ ଜାତୀୟ ରାଜପଥର ସ୍ଥାୟୀ ପ୍ରତିକାର ଓ ଯଥାଶୀଘ୍ର ଜମି ଅଧିଗ୍ରହଣ କରି ବାଇପାସ ନିର୍ମାଣ ସମ୍ପୂର୍ଣ୍ଣ କରିବା ଦାବିରେ ଆଜି ୬ ଘଣ୍ଟିଆ ଯଶୀପୁର ବନ୍ଦ । ଯଶିପୁରର ମୁଖ୍ୟ ବଜାର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଖାଲ ଖମାରେ ଭର୍ତ୍ତି ହୋଇଛି। ଏଣୁ ଏହାର ସ୍ଥାୟୀ ପ୍ରତିକାର ଓ ଯଥାଶୀଘ୍ର ଜମି ଅଧିଗ୍ରହଣ କରି ବାଇପାସ ନିର୍ମାଣ ସମ୍ପୂର୍ଣ୍ଣ କରିବା ଦାବିରେଏହି ବନ୍ଦ ଡାକରା ଦିଆଯାଇଛି ।
ଏଣୁ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଯଶିପୁର ବନ୍ଦ ଡାକରା ଦିଆଯାଇଛି । ୪୯ ନଂ ଓ ୨୨୦ ନଂ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଗାଡି । ଫଳରେ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଯଶୀପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ ଚାଲିଛି ।