ଓଡ଼ିଶା 365 (ବ୍ୟୁରୋ): ନୂଆପଡ଼ାରେ ପୁଣି ମାଓ ହାମଲା। ଜାଳିଦେଲେ ବିଟ୍ ହାଉସ୍ ଓ ଜେସିବି ମେସିନ୍ । ସଦର ଥାନା ଅନ୍ତର୍ଗତ ଗୋଳାବନ୍ଧ ନାକାପଡ଼ାରେ ବୋମାମାଡ଼ କରି ମାଓବାଦୀ ଏଭଳି ବର୍ବରତା ଘଟାଇଥିବା ଜଣାପଡ଼ିଛି। ଏହା ସହ ଗୋଟିଏ ଘରେ ମାଓବାଦୀ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କେରମେରି ପଞ୍ଚାୟତର ଗୋଳାବନ୍ଧ ନାକାପଡ଼ାରେ ବିଟ୍ ହାଉସ ଉପରକୁ ବୋମାମାଡ଼ କରିଥିଲେ। ଏହାଫଳରେ ବିଟ୍ ହାଉସ୍ ସଂପୂର୍ଣ୍ଣ ଜଳିଯାଇଥିଲା। ଏହାପରେ ସେମାନେ ଜେସିବି ମେସିନ୍ ଜାଳି ଦେଇଥିଲେ। ତାପରେ ମାଓବାଦୀମାନେ ଲାଲେଶ୍ବର ପାଣ୍ଡେଙ୍କ ଘରେ ସରକାର ବିରୋଧୀ ୮ଟି ଲାଲ୍ ବ୍ୟାନର୍ ଲଗାଇ ଚାଲିଯାଇଥିଲେ। ନୂଆପଡ଼ାରୁ ମାତ୍ର ୧୨ କିଲୋମିଟର ଦୂର ଏହି ଗାଁରେ ରିପୋର୍ଟ ଲେଖାଯିବା ଯାଏ ପୁଲିସ ପହଞ୍ଚି ନଥିବା ଜଣାଯାଇଛି।