ଓଡ଼ିଶା 365 (ବ୍ୟୁରୋ) : ଦେଶ ଚାହୁଁଛି ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଲୋକେ ଚାହୁଁଛନ୍ତି ପୁଣିଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ନରେନ୍ଦ୍ର ମୋଦୀ । ଦେଶବାସୀ ଚାହୁଛନ୍ତି ନରେନ୍ଦ୍ର ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍ ଅଫ୍ ଦି ନେସନ୍ ସର୍ଭେରୁ ଏହା ଜଣାପଡ଼ିଛି । ଏଥିରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ଏମାନେ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଆଗ୍ରହୀ ଥିବା ଏହି ସର୍ଭେରୁ ଜଣାପଡ଼ିଛି । ସର୍ଭେର ଅଗଷ୍ଟ ସଂସ୍କରଣରୁ ଜଣାଯାଇଛି ଯେ, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟରେ ୬୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ଏଥିସହିତ ୪୪ ପ୍ରତିଶତ ଲୋକ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସେମାନେ ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବେ। ବିଜେପି ସରକାରଙ୍କୁ ଭୋଟ ଦେବାର ଦ୍ବିତୀୟ ଓ ତୃତୀୟ ବଡ଼ କାରଣ ହେଉଛି ବିକାଶ ଏବଂ ହିନ୍ଦୁତ୍ୱ। ବିକାଶ ପାଇଁ ୨୨ ପ୍ରତିଶତ ଏବଂ ହିନ୍ଦୁତ୍ୱ ପାଇଁ ୧୪ ପ୍ରତିଶତ ଲୋକ ବିଜେପିକୁ ଭୋଟ ଦେବେ ବୋଲି ସର୍ଭେରେ କୁହାଯାଇଛି ।