ଓଡ଼ିଶା 365 (ବ୍ୟୁରୋ) : ସଫଳ ହେଲା ଚନ୍ଦ୍ରାୟନ -୩ । ଇତିହାସ ରଚିଲା ଇସ୍ରୋ । ପ୍ରଥମ ଥର ପାଇଁ ଜହ୍ନରେ ନାଁ ଲେଖିଲା ଭାରତ । ଯାହାକୁ ନେଇ ସାରା ଭାରତରେ ଚାଲିଛି ସେଲିବ୍ରେସନ୍ । ଇସ୍ରୋ ଓ ଭାରତକୁ ନେଇ ଚାରିଆଡ଼େ ପ୍ରଶଂସାର ସୁଅ ଛୁଟୁଛି । ଏହାରି ଭିତରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଖୁବଶୀଘ୍ର ଚନ୍ଦ୍ରାୟନ -୩କୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ହେଲେ କିଏ ଏହି ଫିଲ୍ମକୁ ନିର୍ମାଣ କରିବେ ? କେବେ ନିର୍ମାଣ ହେବ? କେଉଁଠି ସୁଟିଂ ହେବ ଏହାର କୌଣସି ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ । ସେପଟେ ଚନ୍ଦ୍ରାୟନ -୩ ସଫଳ ହେବାପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଅନେକ ନିର୍ଦ୍ଦେଶକ ନାମ ପଞ୍ଜିକରଣ କରିସାରିଲେଣି । ଅନ୍ୟପଟେ ‘ମିଶନ ମଙ୍ଗଲ’ ର ନିର୍ଦ୍ଦେଶକ ଜଗନ ଶକ୍ତି ଚନ୍ଦ୍ରାୟନ -୩ ଉପରେ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ।
ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘ମିଶନ ମଙ୍ଗଲ’ ର ନିର୍ଦ୍ଦେଶକ ଜଗନ ଶକ୍ତି ଏକ ସାକ୍ଷାତକାରରେ କହିଛନ୍ତି ଯେ, ଚନ୍ଦ୍ରାୟନ -୩ ଉପରେ ଫିଲ୍ମ ନିର୍ମାଣ କରିବେ । ହେଲେ ଏଥିରେ ଅକ୍ଷୟ ଅଭିନୟ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ।
ସୂଚନା ଅନୁଯାୟୀ, ଜୁଲାଇ ୧୬ ତାରିଖରେ ଆନ୍ଦ୍ର ପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରାୟନ -୩ ଉତକ୍ଷେପଣ କରାଯାଇଥିଲା । ୪୦ ଦିନର ଲମ୍ବାଯାତ୍ରା ଅତିକ୍ରମ କରି ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରିଛି ।