ଓଡ଼ିଶା 365 (ବ୍ୟୁରୋ) : ଭାରତୀୟ ଚେସର ଗ୍ରାଣ୍ଡମାଷ୍ଟର କୁହାଯାଉଥିବା ରମେଶବାବୁ ପ୍ରଜ୍ଞା ନନ୍ଦ ଓ୍ୱାର୍ଲ୍ଡ ଚେସ ଟୁର୍ଣ୍ଣାମେଂଣ୍ଟରେ ପରାସ୍ତ ହୋଇଛନ୍ତି । ପ୍ରଜ୍ଞା ନନ୍ଦ ଫାଇନାଲରେ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ତଥାପି ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ବିଶ୍ୱର ନମ୍ବର ଓ୍ୱାନ ଚେସ ଖେଳାଲି ମେଗନସ କାର୍ଲସନ ପ୍ରଜ୍ଞା ନନ୍ଦଙ୍କୁ ହରାଇଛନ୍ତି । ପ୍ରଜ୍ଞା ନନ୍ଦଙ୍କୁ ହରାଇ ଓ୍ୱାର୍ଲ୍ଡ ଚେସ ଟୁର୍ଣ୍ଣାମେଂଣ୍ଟର ଟାଇଟଲକୁ ନିଜ ନା ରେ କରିଛନ୍ତି ମେଗନସ କାର୍ଲସନ । ତିନି ଦିନରେ ୪ ରାଉଣ୍ଡ ଗେମ ଖେଳାଯାଇଥିଲା । ୪ ରାଉଣ୍ଡରୁ ତିନି ରାଉଣ୍ଡ ପର୍ଯ୍ୟନ୍ତ ପ୍ରଜ୍ଞା ନନ୍ଦଙ୍କ ପ୍ରଦର୍ଶନ ଭଲ ଥିଲା । କିନ୍ତୁ ଶେଷ ରାଉଣ୍ଡରେ ତାଙ୍କୁ ହାର ସାମ୍ନା କରିବାକୁ ପଡିଛି ।