ଓଡ଼ିଶା 365 (ବ୍ୟୁରୋ) : ରସୁଣ ଶରୀର ପାଇଁ ବେଶ୍ ଲାଭଦାୟକ । ଥଣ୍ଡା ,ଜ୍ଜର ସବୁର ଔଷଧ ପାଲଟିଥାଏ ରସୁଣ । ଏହାକୁ ତରକାରୀରେ ପକାଇଲେ ତାର ସ୍ୱାଦ ବଢିଯାଏ ତା ସହିତ ଏହା ଶରୀର ପାଇଁ ବହୁତ ଫାଇଦା ମଧ୍ୟ ହୋଇଥାଏ ।
ଆପଣ ଜାଣନ୍ତି କି, ରାତିରେ ଶୋଇବାବେଳେ ରସୁଣର ଗୋଟେ କୋଲା କାନରେ ରଖିଲେ ଶରୀରକୁ ରୋଗ ଛୁଇଁପାରିବନି । ଯଦି ଆପଣଙ୍କ କାନ ବିନ୍ଧା ହେଉଛି ତେବେ କାନରେ ରସୁଣ ରଖନ୍ତୁ କାନବିନ୍ଧା ଶୀଘ୍ର ଭଲ ହୋଇଯିବ । ଯଦି କାନ ଭିତରେ କୌଣସି ବ୍ୟାକ୍ଟେରିଆ ବା ଇନଫେକ୍ସନ ଅଛି ତା ପାଇଁ ରାମବାଣ ସାଜିଥାଏ ରସୁଣ । ଆପଣ ଜାଣିଥିବେ ରସୁଣ ଏକ ଆଣ୍ଟିବ୍ୟାକ୍ଟେରିଆ ଭଳି କାମ କରିଥାଏ ରସୁଣକୁ କାନରେ ରଖିଲେ ବ୍ୟାକ୍ଟେରିଆ ଖତମ ହୋଇଯାଏ ଏବଂ ଧୀରେ ଧୀରେ ଇନଫେକ୍ସନ ଭି ଭଲ ହୋଇଯାଇଥାଏ ।