ଓଡ଼ିଶା 365 (ବ୍ୟୁରୋ) : ଚନ୍ଦ୍ରାୟନ-୩ ର ସଫଳ ଅବତରଣ ପରେ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ ମୋହନ ଭଗବତ କହିଛନ୍ତି ।ସମଗ୍ର ବିଶ୍ୱକୁ ‘ବସୁଧୈବ କୁଟୁମ୍ବକମ’ ଦୃଷ୍ଟିକୋଣରୁ ଦେଖୁଥିବା ଭାରତ ବିଶ୍ୱକୁ ଶାନ୍ତି ଏବଂ ସମୃଦ୍ଧତା ଆଡ଼କୁ ଗତି କରିଛି। ବୈଜ୍ଞାନିକଙ୍କ କଠିନ ପରିଶ୍ରମ ଦ୍ୱାରା ଆଜି ଏହି ଗର୍ବର ମୁହୂର୍ତ୍ତ ସୃଷ୍ଟି ହୋଇଛି ଏବଂ ସେଥି ପାଇଁ ଆମେ କୃତଜ୍ଞ ବୋଲି କହିଛନ୍ତି ମୋହନ ଭଗବତ । ଚନ୍ଦ୍ରର ଦକ୍ଷିଣ ମେରୁରେ କେହି ଅବତରଣ କରି ନ ଥିଲେ, କିନ୍ତୁ ଆଜି ଭାରତ ତାହା କରିକି ଦେଖାଇଛି । ଭାଗବତ କହିଛନ୍ତି ଯେ, ସ୍ବାଧୀନତାର ଅମୃତ ମହୋତ୍ସବରେ ଏହା ଏକ ବାସ୍ତବିକ ଅମୃତ ବର୍ଷା କରୁଥିବା କ୍ଷଣ। ବର୍ତ୍ତମାନ ଆମେ ଆମର କର୍ତ୍ତବ୍ୟ ପାଇଁ ଜାଗ୍ରତ,ଏବଂ ଆଗକୁ ବଢିବା ପ୍ରସ୍ତୁତ । ଆଗକୁ ବଢିବାକୁ ହେଲେ ଆମର ସମସ୍ତ ଆବଶ୍ୟକୀୟ ସାମର୍ଥ୍ୟ,ଆବଶ୍ୟକ କଳା କୌଶଳ ବିକାଶ ହେବା ଉଚିତ୍ ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର ମୁଖ୍ୟ କହିଛନ୍ତି ।