ଓଡ଼ିଶା 365 (ବ୍ୟୁରୋ): ସେପ୍ଟେମ୍ବର ୨୯ ତାରଖରୁ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ୨୦୨୩ ପାଇଁ ୱାର୍ମ ଅପ ମ୍ୟାଚ ବା ଅଭ୍ୟାସ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ଇଂଲଣ୍ଡ ଓ ନେଦରଲାଣ୍ଡସ ବିପକ୍ଷରେ ଖେଳିବ । ଅକ୍ଟୋବର ୫ ତାରିଖରୁ ଦିନିକିଆ ବିଶ୍ବକପ ଆରମ୍ଭ ହେବ । ଏହା ପୂର୍ବରୁ ଅଭ୍ୟାସ ମ୍ୟାଚ ବା ୱାର୍ମ ଅଫ ମ୍ୟାଚ ଖେଳାଯିବ । ଏନେଇ କ୍ରୀଡାସୂଚୀ ଘୋଷଣା ହୋଇଛି । ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୩ ତାରିଖ ଯାଏ ୱାର୍ମ ଅଫ ମ୍ୟାଚ ବା ଅଭ୍ୟାସ ମ୍ୟାଚ ଖେଳାଯିବ । ୪ ଦିନରେ ମୋଟ ୧୦ଟି ଅଭ୍ୟାସ ମ୍ୟାଚ ରହିଛି । ଭାରତ ଇଂଲଣ୍ଡ ଓ ନେଦରଲାଣ୍ଡସ ମଧ୍ୟରେ ଅଭ୍ୟାସ ମ୍ୟାଚ ସୂଚୀ ରହିଛି । ମୋଟ ୩ଟି ଭେନ୍ୟୁ ଗୌହାଟୀ, ହାଇଦ୍ରାବାଦ ଓ ଥିରୁଅନନ୍ତପୁରମରେ ଖେଳାଯିବ । ସେପ୍ଟେମ୍ବର ୩୦ ତାରିଖରେ ଭାରତ ଇଂଲଣ୍ଡ ଓ ଅକ୍ଟୋବର ୩ ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ । ସମସ୍ତ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୨ଟାରୁ ଆରମ୍ଭ ହେବ । ଦଳ ସମସ୍ତ ୧୫ଜଣ ଯାକ ଖେଳାଳିଙ୍କୁ ଖେଳାଇପାରିବେ ।
ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ଯାଏ ଭାରତରେ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ ୧୦ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର ୧୪ ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଆୟୋଜକ ଭାରତ ଅକ୍ଟୋବର ୮ ତାରିଖରେ ୫ ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ । ନଭେମ୍ବର ୧୯ ତାରିଖରେ ଫାଇନାଲ ଖେଳାଯିବ ।