ଓଡ଼ିଶା 365 (ବ୍ୟୁରୋ): ଆବଶ୍ୟକ ନିର୍ବାଚନ କରାଇ ନ ପାରିଥିବାରୁ ‘ୟୁନାଇଟେଡ୍ ରେସ୍ଲିଙ୍ଗ୍’ (ୟୁଡବ୍ଲୁଡବ୍ଲୁ) ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର ଡବ୍ଲୁଏଫ୍ଆଇ ସଦସ୍ୟତା ବାତିଲ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟରୁ ଜଣାପଡିଛି । ଅନେକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ‘ଡବ୍ଲୁଏଫ୍ଆଇ’ ବା ଭାରତୀୟ କୁସ୍ତି ସଂଘ ତା’ର ନିର୍ବାଚନ ବାତିଲ କରିଛି। ୨୦୨୩ ଜୁନ୍ରେ ‘ଡବ୍ଲୁଏଫ୍ଆଇ’ର ନିର୍ବାଚନ ହେବାର ଥିଲା । କିନ୍ତୁ, ଭାରତୀୟ କୁସ୍ତିଯୋଦ୍ଧାମାନଙ୍କର କ୍ରମାଗତ ପ୍ରତିବାଦ ଓ କେତେକ ରାଜ୍ୟ ୟୁନିଟ୍ରୁ ଆଇନଗତ ପିଟିସନ୍ ଦାଏର କରାଯିବାରୁ ବହୁ ଥର ‘ଡବ୍ଲୁଏଫ୍ଆଇ’ ସ୍ଥଗିତ ରଖାଗଲାଣି ।
ତେବେ ଅଗଷ୍ଟ ୧୨ ତାରିଖ ଦିନ ‘ଡବ୍ଲୁଏଫ୍ଆଇ’ ବା ଭାରତୀୟ କୁସ୍ତି ସଂଘ ‘ଗଭର୍ଣ୍ଣିଙ୍ଗ୍ ବଡି’ର ୧୫ଟି ପଦବୀ ପାଇଁ ନିର୍ବାଚନ ଶେଷ କରିବାକୁ ସମୟ ଦିଆ ଯାଇଥିଲା। କିନ୍ତୁ, ନିର୍ଦ୍ଧାରିତ ସମୟରେ ନିର୍ବାଚନ ସମ୍ପନ୍ନ କରିପାରି ନ ଥିବା କାରଣରୁ ‘ୟୁଡବ୍ଲୁଡବ୍ଲୁ’ ‘ଡବ୍ଲୁଏଫ୍ଆଇ’ର ସଦସ୍ୟତା ରଦ୍ଦ କରିଛି।କିନ୍ତୁ, ଏହି ନିର୍ଦ୍ଧାରିତ ୪୫ ଦିନ ସମୟ ସୀମା ମଧ୍ୟରେ ଭୂପେନ୍ଦ୍ର ସିଂହ ବାଜ୍ୱାଙ୍କ ନେତୃତ୍ବରେ ଆଡ୍-ହକ୍ ପାନେଲ୍ ନିର୍ବାଚନ କରାଯାଇ ନ ପାରିବାରୁ ଆଗାମୀ ‘ୱାର୍ଲଡ୍ ଚାମ୍ପିଅନ୍ସିପ୍’ରେ ଭାରତ ତରଫରୁ ଭାରତୀୟ କୁସ୍ତି ଖେଳାଳିମାନେ ଅଂଶ ଗ୍ରହଣ କରିପାରିବ ନାହିଁ।କିନ୍ତୁ, ‘ନିରପେକ୍ଷ କ୍ରୀଡ଼ାବିତ୍’ ଭାବେ ଭାରତୀୟ କୁସ୍ତିଯୋଦ୍ଧାମାନେ ‘ଅଲିମ୍ପିକ୍-କ୍ବାଲିଫାଇଙ୍ଗ୍ ୱାର୍ଲଡ୍ ଚାମ୍ପିଅନ୍ସିପ୍ସ୍’ରେ ଭାଗ ନେଇ ପାରିବେ। ସେପ୍ଟେମ୍ବର ୧୬ରେ ଏହା ଆରମ୍ଭ ହେବ ।