ଓଡ଼ିଶା 365 (ବ୍ୟୁରୋ) : ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଚାଲିଥିବା ବ୍ରିକ୍ସ ସମ୍ମିଳନୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବ୍ରିକ୍ସରେ ସାମିଲ ହେଲ ୬ ଟି ନୂଆ ଦେଶ ସାମିଲ ହୋଇଛନ୍ତି ବୋଲି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି । ୬ ଟି ନୂଆ ଦେଶ ଗୁଡ଼ିକ ହେଲେ ଆର୍ଜେଣ୍ଟିନା, ଇରାନ, ୟୁଏଇ, ସାଉଦି ଆରବ, ଏଥିଓପିଆ, ଓ ଉଜିପ୍ଟ । ଏହି ଦେଶ ଗୁଡ଼ିକ ବ୍ରିକ୍ସରେ ସାମିଲ ହୋଇଥିବା ନେଇ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କିରିଲ ରାମାଫୋସା ଘୋଷଣା କରିଛନ୍ତି । ତେବେ ଏହି ୬ ଟି ନୂଆ ଦେଶ ଆସନ୍ତା ଜାନୁୟାରୀ ୨୦୨୪ରୁ ସଦସ୍ୟତା ଗ୍ରହଣ କରିବେ ବୋଲି ଜଣା ପଡ଼ିଛି ।