ଓଡ଼ିଶା 365 (ବ୍ୟୁରୋ) : ବର୍ତ୍ତମାନ ସମୟର ଖାଦ୍ୟଶୈଳୀ ଆମ ଜୀବନରେ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରୁଛି । ପ୍ରତ୍ୟେକ ଲୋକଙ୍କର ଲୋ ବିପି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ବାରମ୍ବାର ମୁଣ୍ଡ ବୁଲାଇବା, ଦୁର୍ବଳ ଲାଗିବା ଲୋ ବିପିର ସଙ୍କେତ ହୋଇଥାଏ । ଲୋ ବିପି କାରଣରୁ ବ୍ରେନ୍ ହାମରେଜ୍ ହେବାର ମଧ୍ୟ ଆଶଙ୍କା ଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଅନେକ ମେଡିସିନ୍ ବ୍ୟବହାର କରିଥିବେ । ହେଲେ ଆମେ ଆଜି ଆପଣଙ୍କୁ ବତାଇବୁ କିଛି ଘରୋଇ ଉପଚାର । ଯାହା ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ ।
ଲୋ ବିପି ହେଲେ କ’ଣ କରିବେ :
ଲୋ ବିପି ହେଲେ ଲୁଣ ପାଣି ପିଅନ୍ତୁ । କାରଣ ସୋଡିୟମ୍ ଲୋ ବିପି ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ । ଶରୀରରେ ହାଇଡ୍ରେସନ୍ ସ୍ତର ଦ୍ୱାରା ଲୋ ବିପି ସମସ୍ୟା ଦୂର ହୋଇଥାଏ । ଏହାସହ ପ୍ରତିଦିନ ଏକ କପ୍ ଷ୍ଟ୍ରଙ୍ଗ୍ କଫି ପିଅନ୍ତୁ ନଚେତ୍ ଗରମ କ୍ଷୀର ପିଅନ୍ତୁ । ଏହା ପିଇବା ଦ୍ୱାରା ଆପଣଙ୍କୁ ଲୋ ବିପି ସମସ୍ୟାରୁ ମୁକ୍ତି ମିଳିବ । ଏଥିସହିତ ଖାଦ୍ୟରେ ଲୁଣର ପରିମାଣ ବଢାନ୍ତୁ ଏବଂ ପ୍ରତିଦିନ ବ୍ୟାୟାମ କରନ୍ତୁ।
ଲୋ ବିପି ହେବାର ପ୍ରମୁଖ କାରଣ କ’ଣ :
ଖରାପ ଜୀବନଶୈଳୀ। ପ୍ରକ୍ରିୟାକୃତ ଖାଦ୍ୟ ଏବଂ ପାନୀୟର ଅତ୍ୟଧିକ ଗ୍ରହଣ ଫଳରେ ଲୋ ବିପି ହୋଇଯାଇଥାଏ । ଏହାସହ ଜେନେଟିକ୍ ଉଚ୍ଚ ରକ୍ତଚାପ ଏବଂ ଅତ୍ୟଧିକ ଧୂମପାନ ଓ ମଦ୍ୟପାନ ସେବନ ମଧ୍ୟ ଲୋ ବିପି ହେବାର ମୁଖ୍ୟ କାରଣ ହୋଇଥାଏ ।
ଏହାସହ ଆପଣଙ୍କର ଯଦି ଲୋ ବିପି ତେବେ ପ୍ରତି ମାସରେ ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ । ଏହା ଦ୍ୱାରା ବିପିର ଅବସ୍ଥା ଜଣା ପଡିବ ଏବଂ ଚିକିତ୍ସା ଠିକ୍ ସମୟରେ କରାଯାଇପାରିବ।