ଓଡ଼ିଶା 365 (ବ୍ୟୁରୋ): ଆପଣ ମାନେ ସମସ୍ତେ ଜାଣନ୍ତି ଶରୀର ପାଇଁ ନିହାତି ଆବଶ୍ୟକ ରହିଛି ଅମୃତଭଣ୍ଡା ଖାଇବା । ଏହି ଫଳରେ ବହୁପରିମାଣର କ୍ୟାଲେରୀ ରହିଥାଏ । ଫଳକୁ କଞ୍ଚା ହେଉ ଅବା ପାଚିଲା, ଛୋଟରୁ ବୃଦ୍ଧା ଏବଂ ରୋଗୀଙ୍କ ପାଇଁ ଏହି ଫଳ ଭଲ ଫାଇଦା ଦେଇଥାଏ । ହେଲେ ଆପଣ ଜାଣନ୍ତିକି ଖାଲି ଅମୃତଭଣ୍ଡାରେ ନୁହେଁ ବରଂ ତାର ପତ୍ରରେ ମଧ୍ୟ ରହିଛି ଔଷଧୀୟ ଗୁଣ । ଅମୃତଭଣ୍ଡା ପତ୍ର ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ପତ୍ରର ଫାଇଦା ସଂପର୍କରେ ।
ଅମୃତ ଭଣ୍ଡା ପତ୍ରର ଜୁସ୍ ଶରୀରରେ ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିବା ସହ ଜୀବାଣୁ ବୃଦ୍ଧିକୁ କମ୍ କରାଇଥାଏ । ଏହାସହିତ ଅନେକ ରୋଗ ସହିତ ଲଢିବାରେ ଏହି ଜୁସି ଶକ୍ତି ଯୋଗାଇଥାଏ ।
ତେବେ ଅମୃତଭଣ୍ଡା ପତ୍ର ଜୁସ୍ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗୀଙ୍କ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।ଏହାସହିତ ଶରୀରକୁ ଦୃଢ ରଖିଥାଏ । କର୍କଟ ରୋଗୀଙ୍କ ପାଇଁ ଏହି ପତ୍ରର ଜୁସ୍ ବରଦାନ ସଦୃଶ କାମ କରିଥାଏ । ଏଥିରେ କ୍ୟାଂସରୋଧି ଗୁଣ ଥାଏ । ଯାହା ଇମ୍ୟୁନିଟି ବଢାଇବାରେ ସାହାର୍ଯ୍ୟ କରିଥାଏ । ମହିଳାମାନଙ୍କର ମାସିକ ଧର୍ମରେ ହେଉଥିବା ଯନ୍ତ୍ରଣାରୁ ଉପଶମ ପାଇବାକୁ ହେଲେ ଅମୃତ ଭଣ୍ଡା କାଢା ପ୍ରସ୍ତୁତ କରି ପିଅନ୍ତୁ । ଏହାଦ୍ୱାରା ଖୁବ୍ ଆରାମ ଅନୁଭବ ହୋଇଥାଏ ।